ଅଗ୍ରସେନ ଜୟନ୍ତୀ ମହୋତ୍ସବ ସମିତି ପକ୍ଷରୁ ଭବ୍ୟ ମ୍ୟୁଜିକାଲ ତମ୍ବୋଲା ଆୟୋଜିତ:
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା: ଅଗ୍ରସେନ ଜୟନ୍ତୀ ମହୋତ୍ସବ ସମିତି, ଭବାନୀପାଟଣା ପକ୍ଷରୁ ରବିବାର, ୪ ଅକ୍ଟୋବର ୨୦୨୬ ତାରିଖରେ ଏକ ଭବ୍ୟ ଓ ମନୋରଞ୍ଜନଧର୍ମୀ ମ୍ୟୁଜିକାଲ ତମ୍ବୋଲା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସମାଜର ବହୁ ସଦସ୍ୟ ଓ ପରିବାରବର୍ଗ ଉତ୍ସାହର ସହ ଯୋଗଦେଇ କାର୍ଯ୍ୟକ୍ରମର ଭରପୂର ଆନନ୍ଦ ଉଠାଇଥିଲେ।
କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ୱ ଯୋଗେଶ ଅଗ୍ରୱାଲ ଓ ସୌରଭ ଗୁପ୍ତା ସୁଚାରୁ ରୂପେ ତୁଲାଇଥିଲେ। ସଙ୍ଗୀତ, ମନୋରଞ୍ଜନ ଓ ରୋମାଞ୍ଚରେ ଭରପୂର ଏହି ତମ୍ବୋଲା ପ୍ରତିଯୋଗିତାରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଚିରାଗ ଅଗ୍ରୱାଲ, ଏବଂ ଦ୍ୱିତୀୟ ସ୍ଥାନରେ ରହିଥିଲେ ମୀନା ଗୁପ୍ତା। ବିଜେତାମାନଙ୍କୁ ସମିତି ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା।
ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ସମାଜରେ ଭାଇଚାରା, ଏକତା ଓ ପାରସ୍ପରିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଅଗ୍ରସେନ ଜୟନ୍ତୀ ମହୋତ୍ସବର ଉତ୍ସବମୁଖର ପରିବେଶକୁ ଅଧିକ ଆକର୍ଷଣୀୟ କରିଥିଲା।
