ଡାକ୍ତରୀ ପାଠ ପଢ଼ିବେ ଚାରି ଭାଇ ଭଉଣୀ
କନ୍ଧମାଳ :ଦାରିଙ୍ଗବାଡି /୫/୧୦(ନି.ପ୍ର) ଆର୍ଥିକ ସହାୟତାର ହାତ ବଢ଼ାଇଲେ ସମାଜସେବୀ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର।
ସ୍ୱପ୍ନ ଥିଲା ଡାକ୍ତର ହେବେ, ଗରିବ ଓ ଅସହାୟ ଲୋକଙ୍କ ସେବା କରିବେ। ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସେହି ସ୍ୱପ୍ନର ପ୍ରଥମ ପାହାଚ ଅତିକ୍ରମ କରିଛନ୍ତି ଚାରି ଭାଇଭଉଣୀ। ନୀଟ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ମେଡିକାଲ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ ମଧ୍ୟ ଆଗାମୀ ପାଠପଢ଼ା ପାଇଁ ଅର୍ଥ ସାଜିଥିଲା ବାଧକ। ଏଭଳି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ବାଲିଗୁଡ଼ାର ସମାଜସେବୀ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର।
କନ୍ଧମାଳ ଜିଲ୍ଲାର ଦୁର୍ଗମ ଦାରିଙ୍ଗବାଡ଼ି ଅଞ୍ଚଳରୁ ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ଛଅ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ଚାରି ଭାଇଭଉଣୀଙ୍କ ଡାକ୍ତର ହେବାର ସ୍ୱପ୍ନ ଏବେ ନୂଆ ଆଶା ପାଇଛି। ନୀଟ୍ରେ କୃତିତ୍ୱ ଅର୍ଜନ କରିବା ପରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ଏହି ପ୍ରତିଭାବାନ ଛାତ୍ରଛାତ୍ରୀ। ତେବେ ଡାକ୍ତରୀ ପାଠର ଦୀର୍ଘ ଯାତ୍ରାରେ ଆର୍ଥିକ ସମସ୍ୟା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା।ଡାକ୍ତରୀ ପାଠ ପଢ଼ିବେ ଚାରି ଭାଇ ଭଉଣୀ
ଆର୍ଥିକ ସହାୟତାର ହାତ ବଢ଼ାଇଲେ ସମାଜସେବୀ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର।
ସ୍ୱପ୍ନ ଥିଲା ଡାକ୍ତର ହେବେ, ଗରିବ ଓ ଅସହାୟ ଲୋକଙ୍କ ସେବା କରିବେ। ଦୃଢ଼ ଇଚ୍ଛାଶକ୍ତି ଓ ଅକ୍ଲାନ୍ତ ପରିଶ୍ରମ ବଳରେ ସେହି ସ୍ୱପ୍ନର ପ୍ରଥମ ପାହାଚ ଅତିକ୍ରମ କରିଛନ୍ତି ଚାରି ଭାଇଭଉଣୀ। ନୀଟ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ମେଡିକାଲ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇଥିଲେ ମଧ୍ୟ ଆଗାମୀ ପାଠପଢ଼ା ପାଇଁ ଅର୍ଥ ସାଜିଥିଲା ବାଧକ। ଏଭଳି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ବାଲିଗୁଡ଼ାର ସମାଜସେବୀ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁର।
କନ୍ଧମାଳ ଜିଲ୍ଲାର ଦୁର୍ଗମ ଦାରିଙ୍ଗବାଡ଼ି ଅଞ୍ଚଳରୁ ନୀଟ୍ ପରୀକ୍ଷାରେ ସଫଳତା ହାସଲ କରି ଡାକ୍ତରୀ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି ଛଅ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ଚାରି ଭାଇଭଉଣୀଙ୍କ ଡାକ୍ତର ହେବାର ସ୍ୱପ୍ନ ଏବେ ନୂଆ ଆଶା ପାଇଛି। ନୀଟ୍ରେ କୃତିତ୍ୱ ଅର୍ଜନ କରିବା ପରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି ଏହି ପ୍ରତିଭାବାନ ଛାତ୍ରଛାତ୍ରୀ। ତେବେ ଡାକ୍ତରୀ ପାଠର ଦୀର୍ଘ ଯାତ୍ରାରେ ଆର୍ଥିକ ସମସ୍ୟା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା।ଦୁର୍ଗମ ଅଞ୍ଚଳରୁ ଆସି ନୀଟ୍ ଭଳି କଠିନ ପରୀକ୍ଷାରେ ସଫଳତା ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ରହିଛି ଦୃଢ଼ ଇଚ୍ଛାଶକ୍ତି, ପରିଶ୍ରମ ଓ ପରିବାରର ସମର୍ଥନ।
ଏବେ ସମାଜସେବୀ ଟୁନା ଦାସ ଓ ବିଧାୟକ ଚକ୍ରମଣି କହଁରଙ୍କ ସହଯୋଗ ସେମାନଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଆହୁରି ଦୃଢ଼ କରିଛି। ପରିବାର ଓ ଛାତ୍ରଛାତ୍ରୀମାନେ ଏହି ସହଯୋଗ ପାଇଁ ଉଭୟଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି।
ଅଭାବ ଆଗରେ ହାର ନମାନି ସଫଳତାର ଶିଖର ଛୁଇଁଥିବା ଏହି ଚାରି ଭାଇଭଉଣୀ ଆଗାମୀ ଦିନରେ ଡାକ୍ତର ହୋଇ କନ୍ଧମାଳର ଗୌରବ ବଢ଼ାଇବେ—ଏହା ହିଁ ଏବେ ସମସ୍ତଙ୍କ ଆଶା।