ବାଲେଶ୍ୱର (ଅମରଦ୍ଵୀପ ସିଂହ) : ବିଜେଡି ପକ୍ଷରୁ ଆସନ୍ତାକାଲି ସକାଳ 6ଟାରୁ ବିକେଳ 2ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ ଘୋଷଣା କରାଯାଇଛି। ଏହି ହଠାତ୍ ଘୋଷଣା ପରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ବ୍ୟାପିଛି। ବନ୍ଦ ଘୋଷଣା ପରେ ବାଲେଶ୍ୱର ଆଜି ପେଟ୍ରୋଲ ପମ୍ପ, ବଜାର, ଓ ଗ୍ରୋସେରୀ ଦୋକାନ ଆଗରେ ଭୀର ଲାଗିଯାଇଛି। ଲୋକମାନେ ଆବଶ୍ୟକ ଜିନିଷପତ୍ର କିଣିବା ପାଇଁ ହୁଝୁଗି ଦେଖାଯାଇଛନ୍ତି। ଏହି ବନ୍ଦ ଘୋଷଣା ଦ୍ୱାରା ବହୁତ ଲୋକ ଯାତ୍ରା ଟିକେଟ କଟିବା, ଡାକ୍ତରଖାନା ଯିବା ବା ଅନ୍ୟ କୌଣସି ଜରୁରୀ କାମ ସାଜିବାରେ ବାଧା ସୃଷ୍ଟି ହେବା ଆଶଙ୍କା କରୁଛନ୍ତି। ସ୍ଥାନୀୟ ଲୋକମାନେ କହୁଛନ୍ତି, “ଏପରି ହଠାତ୍ ବନ୍ଦ ଘୋଷଣା ଦ୍ୱାରା ସାଧାରଣ ଲୋକଙ୍କ ଦୈନିକ ଜୀବନ ଖୁବ ଭାବରେ ପ୍ରଭାବିତ ହେଉଛି। ସରକାର ବା ଦଳ ପକ୍ଷରୁ ଏହା ପୂର୍ବରୁ ଘୋଷଣା ଦେବା ଉଚିତ ଥିଲା।” ସେପଟେ, ପ୍ରଶାସନ ଓ ନିୟମିତ ଉପରେ ଆଶ୍ରିତ ଅନେକ କାମ ରୋକି ପଡ଼ିପାରେ ବୋଲି ଆଶଙ୍କା ମଧ୍ୟ ଜଣାଯାଇଛି।
