*ଅବସରପ୍ରାପ୍ତ ବନ କର୍ମଚାରୀ ତରଫରୁ ନୁଆଁଖାଇ ଭେଟଘାଟ।*
ନୂଆପଡା(ମିଖାଏଲ ନନ୍ଦ)
ତା-୦୪/୧୦
ନୂଆପଡା ଜିଲ୍ଲା ପତୋରା ସ୍ଥିତ ବନ ବିଭାଗ ର ପ୍ରକୃତି ଭବନ ପରିସର ରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ତରଫରୁ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ରେଞ୍ଜ ଅଧୁକାରୀ ସଦାନନ୍ଦ ସୁନାନୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପ୍ରଥମେ ନିକରେ ପରଲୋକ ହୋଇଥିବା ବନ ଅଧିକାରୀ ସନ୍ତୋଷ ଦଣ୍ଡସେନା ଙ୍କ ବିୟୋଗ ରେ ଏକ ମିନିଟ ନିରବ ପ୍ରାର୍ଥନା ପରେ ନିଜ ନିଜ ମଧ୍ୟରେ ନୁଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା । ପରେ ଅନୁଷ୍ଠିତ ସଭାରେ ପଦମପୁର ଡିଭିଜନ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ର ପବିତ୍ର ମୋହନ ବିଶ୍ୱାଳ, କ୍ଷମାନିଧି ପ୍ରଧାନ ସମେତ ଇନାୟତ ମହମ୍ମଦ, ଲଳିତ ବାଗ, ନିରଞ୍ଜନ ମାଝୀ, କହେଁଇଲାଲ ପଟେଲ, ରାମଚନ୍ଦ୍ର କଟା ପ୍ରମୁଖ୍ ଯୋଗ ଦେଇ ଅବସରପ୍ରାପ୍ତ ବନ କର୍ମଚାରୀ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏ ଅବସର ରେ ଅବସରପ୍ରାପ୍ତ ରେଞ୍ଜ ଅଧିକାରୀ ଲଳିତ ବାଗ ଉଚ୍ଚଶିକ୍ଷା ପାଇଁ ନିଜସ୍ୱ ଉଦ୍ୟମ ରେ ଖଡ଼ିଆଳ +୨ ବିଜ୍ଞାନ ପରକ୍ଷିତ ଟାଇଗର କଲେଜ ଖୋଲି ଏକ ସୁନାମ ଅର୍ଜନ କରିଥିବାରୁ ତାଙ୍କୁ ସଂଘ ପକ୍ଷରୁ ସମ୍ଭର୍ଦ୍ଧନା ଦିଆଯାଇଥିଲା ଏଥି ସହ ବନ କର୍ମଚାରୀ ଙ୍କ ପୁଅଝିଅ କିପରି ମାଗଣା ରେ କଲେଜ ରେ ପାଠ ପଡିବେ ସେ ନେଇ ଲଳିତ ବାଗ କୁ ଅନୁରୋଧ କରଯାଇଥିବା ବେଳେ ଉକ୍ତ ଅନୁରୋଧ କୁ ରକ୍ଷା କରି ଅବସର ପ୍ରାପ୍ତ ବନ କର୍ମଚାରୀ ଙ୍କ ପୁଅ କିମ୍ବା ଝିଅ ପାଠ ପଢ଼ାଇବା ପାଇଁ ଚାହିଁଲେ ମାଗଣା ରେ ଶିକ୍ଷାଦାନ କରିବା ର ବ୍ୟବସ୍ଥା କରିବେ ବୋଲି ଲଳିତ ବାଗ ପ୍ରତିଶୃତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଆୟୋଜନ କରିବାରେ ଅବସରପ୍ରାପ୍ତ ବନ କର୍ମଚାରୀ ସଂଘ ର ସୋନୁରାମ ବନଛୋର, ତ୍ରିଲୋଚନ ଭୋଇ, ପର୍ଶୁରାମ ପଟେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
