ରାୟଗଡ଼ ଜିଲ୍ଲାରେ ବାଦ ପଡ଼ିଥିବା ଓ ପ୍ରଥମ ଥର/ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ରାୟଗଡ଼, ୩ ଅକ୍ଟୋବର ୨୦୨୬:
ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ପ୍ରକ୍ରିୟା ସମାପ୍ତ ପରେ ନିର୍ବାଚନ ତାଲିକାରୁ ବାଦ ପଡ଼ିଥିବା ତଥା ପ୍ରଥମ ଥର ଭୋଟ ଦେବାକୁ ଯୋଗ୍ୟ ଯୁବ ଓ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ନିମନ୍ତେ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ଅଭିଯାନ (Special Drive for Enrolment of Left-out and First Time/Young Electors) ଆୟୋଜନ କରାଯାଉଛି। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିର୍ବାଚନ ତାଲିକାରେ ଏପର୍ଯ୍ୟନ୍ତ ସାମିଲ ହୋଇନଥିବା କିମ୍ବା ପୂର୍ବରୁ ନାମ ଥିଲେ ମଧ୍ୟ ବର୍ତ୍ତମାନ ତାଲିକାରେ ନଥିବା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ଆବଶ୍ୟକ ସହାୟତା ଯୋଗାଇବା।
ଅଭିଯାନ ଅନ୍ତର୍ଗତ ବୁଥ୍ସ୍ତରୀୟ ଅଧିକାରୀ (BLO)ମାନେ ବର୍ତ୍ତମାନର ନିର୍ବାଚନ ତାଲିକାକୁ SIR ପୂର୍ବର ନିର୍ବାଚନ ତାଲିକା ସହ ତୁଳନା କରିବେ। ପୂର୍ବ ତାଲିକାରେ ନାମ ଥିଲେ ମଧ୍ୟ ବର୍ତ୍ତମାନ ତାଲିକାରେ ନଥିବା ଭୋଟରଙ୍କ ତାଲିକା ପ୍ରସ୍ତୁତ କରାଯିବ। ଚିହ୍ନଟ ଭୋଟରଙ୍କ ଘରକୁ ଘର ଯାଇ House-to-House (H2H) ଯାଞ୍ଚ କରାଯାଇ ସେମାନଙ୍କ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଯୋଗ୍ୟ ଥିବା ଭୋଟରଙ୍କୁ Form-6 ଦାଖଲ କରି ନାମ ପଞ୍ଜୀକରଣ କରିବାରେ BLOମାନେ ସହଯୋଗ କରିବେ। ପ୍ରତ୍ୟେକ BLO ପ୍ରତି ସପ୍ତାହରେ ଭୋଟରଙ୍କୁ ଚିହ୍ନଟ କରି ଅଭିଯାନକୁ ପ୍ରାୟ ଏକ ମାସ ମଧ୍ୟରେ ସମ୍ପନ୍ନ କରିବା ଲକ୍ଷ୍ୟ ରଖିବେ।
ବାଦ ପଡ଼ିଥିବା, ପ୍ରଥମ ଥର ଭୋଟର ଓ ଯୁବ ଭୋଟରଙ୍କ ଠାରୁ Form-6 ଆବେଦନ ଗ୍ରହଣ ପାଇଁ Booth Level Camp ଆୟୋଜନ କରାଯିବ। ଏଥିସହ ରାତ୍ରି ଆଶ୍ରୟସ୍ଥଳ, ଶ୍ରମିକ କଲୋନୀ, ଗୃହହୀନ ଓ ଅନ୍ୟାନ୍ୟ ବଞ୍ଚିତ ବର୍ଗଙ୍କ ପାଇଁ ମଧ୍ୟ ଆବଶ୍ୟକତାନୁସାରେ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ।ଶିକ୍ଷାନୁଷ୍ଠାନ, ସ୍ଥାନୀୟସ୍ତରୀୟ ଯୋଗାଯୋଗ, SVEEP କାର୍ଯ୍ୟକ୍ରମ, ପ୍ରେସ ବ୍ରିଫିଂ ଓ ଅନ୍ୟାନ୍ୟ ଉପଯୁକ୍ତ ମାଧ୍ୟମରେ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସୁଯୋଗ ସମ୍ପର୍କରେ ସଚେତନ କରାଯିବ।
BLOମାନଙ୍କ ଦ୍ୱାରା ପ୍ରସ୍ତୁତ ତାଲିକା ସ୍ୱୀକୃତ ରାଜନୈତିକ ଦଳଗୁଡ଼ିକର Booth Level Agents (BLA)ଙ୍କ ସହ ଅଂଶୀଦାର କରାଯିବ। ଯାଞ୍ଚ ପରେ Form-6 ଆବେଦନ ଓ ଫିଲ୍ଡ ଭେରିଫିକେସନ୍ ରିପୋର୍ଟ ସମ୍ପୃକ୍ତ Electoral Registration Officer (ERO)ଙ୍କ ନିକଟରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ଦାଖଲ କରାଯିବ।
ଅଭିଯାନର ସମୟସୂଚୀ
୦୧ ଅକ୍ଟୋବର ୨୦୨୬ – Form-6 ପାଇଁ ଯୋଗ୍ୟତା ତାରିଖ
୦୭ ଅକ୍ଟୋବର ୨୦୨୬ – BLOମାନଙ୍କ ପ୍ରଶିକ୍ଷଣ ଓ Station-wise ASD List ଡାଉନଲୋଡ୍/ପ୍ରିଣ୍ଟ
୩୧ ଅକ୍ଟୋବର ୨୦୨୬ – SIR ସମୟରେ ବାଦ ପଡ଼ିଥିବା ଭୋଟରଙ୍କ ପୁନଃ ଯାଞ୍ଚ ଓ ଯୋଗ୍ୟ ଭୋଟରଙ୍କ ନାମ ସାମିଲ ପ୍ରକ୍ରିୟା ସମାପ୍ତ
୦୨ ନଭେମ୍ବର ୨୦୨୬ – ଯାଞ୍ଚ ତାଲିକା BLA ଓ ସ୍ୱୀକୃତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଅଂଶୀଦାର
୦୪ ନଭେମ୍ବର ୨୦୨୬ – ଯାଞ୍ଚ ସମ୍ପର୍କିତ Compliance Report ଦାଖଲ
ଜିଲ୍ଲାରେ ଏହି ସ୍ୱତନ୍ତ୍ର ଅଭିଯାନକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ସହ ଅଭିଯାନର ଅଗ୍ରଗତିକୁ DEO ଓ ERO ସ୍ତରରେ ନିୟମିତ ଭାବେ ସମୀକ୍ଷା ଓ ନିରୀକ୍ଷଣ କରାଯିବ। ଯୋଗ୍ୟ ନାଗରିକମାନେ ନିଜ ନାମ ନିର୍ବାଚନ ତାଲିକାରେ ରହିଛି କି ନାହିଁ ଯାଞ୍ଚ କରିବା ସହ ନାମ ନଥିଲେ Form-6 ମାଧ୍ୟମରେ ପଞ୍ଜୀକରଣ ପାଇଁ ଆଗେଇ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
