ଗାନ୍ଧୀ ଜୟନ୍ତୀରେ ଯୁବ ସେବା ବାହିନୀ ପକ୍ଷରୁ କୁନି ପ୍ରତିଭାଙ୍କୁ ସମ୍ମାନ
ବନ୍ତ , ମାର୍କଣ୍ଡେଧାଣ( ନିପ୍ର)ବନ୍ତ ବ୍ଲକରେ ନୂତନଭାବେ ଗଢ଼ି ଉଠିଥିବା ସାମାଜିକ ସଂଗଠନ ‘ଯୁବ ସେବା ବାହିନୀ’ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ସଂଗଠନ ସଭାପତି ସରୋଜ କୁମାର ଜେନା ଓ ଉପ ସଭାପତି ରଞ୍ଜିତ କୁମାର ଜେନାଙ୍କ ତତ୍ୱାବଧାନରେ ଛୟାଳସିଂହ ପଞ୍ଚାୟତ ପଳସା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ କୁନି ପ୍ରତିଭାଙ୍କୁ ନେଇ ଏକ ପ୍ରତିଯୋଗିତା ଓ ସମ୍ମାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଫଟୋ ଚିତ୍ରରେ ପୁଷ୍ପ,ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା! କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ଭାଗ ନେଇଥିଲେ। କେତେକ ଛାତ୍ରଛାତ୍ରୀ ବକ୍ତୃତା ମଧ୍ୟ ପ୍ରଦାନ କରିଥିଲେ। ପ୍ରତିଯୋଗିତାରୁ ମୋଟ ୬ ଜଣ ଛାତ୍ରଛାତ୍ରୀ ସଫଳ ହୋଇଥିବା ବେଳେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ୨ ଜଣ ଲେଖାଏଁ ସ୍ଥାନ ଅଧିକାର କରିଥିଲେ।ଉପସ୍ଥିତ ଅତିଥିମାନେ ସଫଳ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍, ଟଫି ଓ ପାଠ୍ୟପୁସ୍ତକ ପ୍ରଦାନ କରି ସମ୍ମାନିତ କରିଥିଲେ।ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଗୁରୁଜୀ ରବୀନ୍ଦ୍ର କୁମାର ଜେନା ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ଖଗେଶ୍ୱର ବେହେରା, ସଂଗଠନର ଉପଦେଷ୍ଟା ସନ୍ଦୀପ କୁମାର ଜେନା ଏବଂ ଅତିଥି ଭାବେ ଶିଶୁ ମନ୍ଦିର ସମ୍ପାଦକ ରବୀନ୍ଦ୍ର କୁମାର ପୃଷ୍ଟି ଯୋଗଦେଇଥିଲେ।ରମେଶ ଚନ୍ଦ୍ର ପାଢ଼ୀ ମଞ୍ଚ ସଂଚାଳନ କରିଥିବା ବେଳେ ସଂଗଠନର ବରିଷ୍ଠ ସଦସ୍ୟ ଖଗେଶ୍ୱର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଦସ୍ୟ ସୁଜିତ କୁମାର ମାଝୀ, ସୌମ୍ୟ ରଞ୍ଜନ ଜେନା, ପ୍ରଶାନ୍ତ ବାରିକ, ମାର୍କଣ୍ଡ ଧଡ଼ା, ପଦ୍ମଲୋଚନ ବେହେରା, ଗୁରୁମା ସୁଜାତା ପଣ୍ଡା, ପୁଷ୍ପିତା ନାୟକ, ଗୀତାରାଣୀ ନାୟକ, ଜ୍ୟୋତ୍ସ୍ନାରାଣୀ ସାହୁ ଓ ସେବିକା ତୁଳସୀ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
