ବିଜେଡି ର ଜନ ସମ୍ପର୍କ ପଦଯାତ୍ରା
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ରେ ନାକଟିଦେଉଳ ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ରାଜକିଶୋର ପ୍ରଧାନ ଙ୍କ ନେତୃତ୍ୱ ରେ ଗିରିପୁର ପଞ୍ଚାୟତ ସଦର ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି। ବ୍ଲକ ସମସ୍ତ ପଞ୍ଚାୟତ ରୁ ବହୁ ମହିଳା ଙ୍କ ସହ ଶତାଧିକ ବିଜୁ ଜନତା ଦଳ ର କର୍ମୀ ଯୋଗ ଦେଇଥିଲେ। ଦଳୀୟ କର୍ମୀ ଗିରିଶ୍ଚନ୍ଦ୍ରପୁର ମୁଖ୍ୟ ଛକ ରୁ ବାହାରି ପାଣିଗ୍ରାହୀପାଲି ଗାଁ ପରିକ୍ରମା କରି ସଭାସ୍ଥଳ ରେ ପହଂଚିଥିଲେ। ବିଜେଡି ବ୍ଲକ ସଭାପତି ଶ୍ରୀଯୁକ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଜେଡି ଜିଲ୍ଲା ଉପସଭାପତି ତଥା ବରିଷ୍ଠ ନେତା ଶ୍ରୀଯୁକ୍ତ ଅନାଦି ସାହୁ, ଜିଲ୍ଲା ସମ୍ପାଦକ ରାଜୀବଲୋଚ ପ୍ରଧାନ ବ୍ଲକ ଉପସଭାପତି ରାଜକିଶୋର ସାହୁ ଶ୍ରୀପତି ରାଉତ,ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ରେଢ଼ାଖୋଲ ପ୍ରଦୀପ ପ୍ରଧାନ,ଦିନ ମାଝୀ, କିସିଣ୍ଡା ସରପଞ୍ଚ, ପାଣିମୋରା ସରପଞ୍ଚ ଜଗନ୍ନାଥ, ସୁରେଶ କିସାନ, ନାକଟିଦେଉଳ ଉପାଧ୍ୟାକ୍ଷ ଜିତେନ୍ଦ୍ର ପ୍ରଧାନ, ଅରୁଣ ପ୍ରଧାନ,ବିଜେଡି କର୍ମୀ ଙ୍କ ସହ ଶତାଧିକ ସକ୍ରିୟ କର୍ମୀ ଯୋଗ ଦାନ କରିଥିଲେ। ବିଜେଡି ବ୍ଲକ ସଭାପତି ସରକାର ଙ୍କ ବିଫଳତା ଓ ପ୍ରତାରଣା ବିଷୟରେ ପ୍ରବଳ ବର୍ଷିଥିଲେ। ସରକାର ଏମଏମଡିଆର ବିଲ ଆଳ ରେ ଖଣିଜ ସମ୍ପଦ ଓ ରାଜସ୍ବ କୁ ଲୁଟ କରି ଓଡିଶା ସର୍ବସ୍ୱାନ୍ତ କୁ କରିବାକୁ ଚକ୍ରାନ୍ତ ଚଳାଇଥିବା କହିଥିଲେ। ବରିଷ୍ଠ ବିଜେଡି ନେତା ଅନାଦି ସାହୁ ଙ୍କ ସହ ଅନ୍ୟ ବକ୍ତା ସରକାର ଙ୍କ ବିଫଳତା, ୩୦୦ ୟୁନିଟ ମାଗଣା ବିଜୁଳି, ଭତ୍ତା ବୃଦ୍ଧି, ମହିଳା ଙ୍କୁ ପଚାଶ ହଜାର ଭାଉଚର, ଗ୍ରାମ ପଞ୍ଚାୟତ ର ବେକାରୀ ଙ୍କୁ ନିଯୁକ୍ତି ଦେବାର ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ପ୍ରତାରଣା କରିଥିବା ପ୍ରକାଶ କରିଥିଲେ। ପୁଞ୍ଜିପତି ମାନଙ୍କୁ ସରକାରୀ ଉଦ୍ୟୋଗ କୁ ବିକ୍ରି କରି ଦେଇ ଘରୋଇକରଣ କୁ ପ୍ରାଧାନ୍ୟ ଦେଉଥିଵା, ଖଣି ଖାଦାନ କୁ ନିର୍ଦିଷ୍ଟ ବ୍ୟକ୍ତି ଙ୍କ ହାତକୁ ଟେକି ଦେବାକୁ ବିଜେଡି ନିନ୍ଦା କରିଛି। ବହି ତ୍ରୁଟି ଯୋଗୁଁ ଛାତ୍ର ଛାତ୍ରୀ ଙ୍କୁ ଅନ୍ଧାର କୁ ଠେଲି ଦେଇଥିବା ପ୍ରକାଶ କରିଛି। ଶେଷରେ ବ୍ଲକ ଉପସଭାପତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।
