🇮🇳 ଗାନ୍ଧୀ ଜୟନ୍ତୀ ଓ ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ, ଡିଷ୍ଟ୍ରିକ୍ଟ ୩୨୨C୨ ପକ୍ଷରୁ ମହାତ୍ମା ଗାନ୍ଧୀଜୀ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହିତ ପାଳନ କରାଯାଇଛି।
🕊️ ଗାନ୍ଧୀ ଜୟନ୍ତୀ ଅବସରରେ ଭଟ୍ରାସ୍ଥିତ ମହାତ୍ମା ଗାନ୍ଧୀ ମନ୍ଦିର ପରିସରରେ କ୍ଲବ୍ ସଦସ୍ୟମାନେ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସତ୍ୟ, ଅହିଂସା, ଶାନ୍ତି ଓ ସମାଜସେବାରେ ଗାନ୍ଧୀଜୀଙ୍କ ଅମର ଆଦର୍ଶକୁ ସ୍ମରଣ କରାଯାଇଥିଲା।
🇮🇳 ଲାଲବାହାଦୁର ଶାସ୍ତ୍ରୀ ଜୟନ୍ତୀ ଗ୍ରୀନ୍ ପାର୍କସ୍ଥିତ କ୍ଲବ୍ ହାଉସ୍ରେ ପାଳନ କରାଯାଇଥିଲା। ଏହି ଅବସରରେ ଶାସ୍ତ୍ରୀଜୀଙ୍କ ସରଳ ଜୀବନ, ସଚ୍ଚୋଟତା, ନିଷ୍ଠା ଓ ଦେଶପ୍ରତି ତାଙ୍କର ପ୍ରେରଣାଦାୟୀ ଅବଦାନକୁ ସ୍ମରଣ କରାଯାଇଥିଲା। ତାଙ୍କର ଅମର ଆହ୍ୱାନ “ଜୟ ଜୱାନ, ଜୟ କିସାନ” ମଧ୍ୟ ସ୍ମରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ କ୍ଲବ୍ ସଭାପତି ଲାୟନ୍ ନିହାଲ ଚାନ୍ଦ ସୋନିଙ୍କ ସହ ଲାୟନ୍ ମଗନଲାଲ ଅଗ୍ରୱାଲ, ଲାୟନ୍ ସୂର୍ଯ୍ୟକାନ୍ତ ତ୍ରିପାଠୀ, ଲାୟନ୍ ନରେନ୍ଦ୍ର ଅଗ୍ରୱାଲ ଓ ଲାୟନ୍ କିଶନଲାଲ ତିବ୍ରେୱାଲ ଉପସ୍ଥିତ ଥିଲେ।
ଜୟ ହିନ୍ଦ 🇮🇳
ଜୟ ମା’ ସମଲେଶ୍ୱରୀ 🙏
WE SERVE — ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ
