ଗୁମ୍ମା ବ୍ଲକ ରେ କଂଗ୍ରେସ୍ ଦଳ ପକ୍ଷରୁ ବୈଠକ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ୍ ଦଳ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁମ୍ମା ବ୍ଲକ କଂଗ୍ରେସ୍ ସଭାପତି ସୁଭନୀୟ ଜେନା ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ୍ ସଭାପତି ଶଙ୍କର ପ୍ରଧାନ, ଓଡିଶା ପ୍ରଦେଶ କଂଗ୍ରେସ ସମ୍ପାଦିକା ଜସ୍ମିନ୍ ଶେଖ୍, ଜିଲ୍ଲା କଂଗ୍ରେସ ଉପ ସଭାପତି ଲଳିତ ମୋହନ ଦଣ୍ଡସେନା, ବଶିଷ୍ଠ ନେତା ସଞ୍ଜୟ ଅଧିକାରୀ, ଏଲିୟ ଗମାଙ୍ଗ, ଜନ୍ କାଲଭିନ ମଣ୍ଡଳ, ପାରଳାଖେମୁଣ୍ଡି ପୌର ପରିଷଦ ପୂର୍ବତନ ଉପାଧ୍ଯକ୍ଷ ଅଭିମନ୍ୟୁ ପଣ୍ଡା, ପୂର୍ବତନ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଭୂୟାଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରେମିକା ରଇତ, ପାଉଲ ପାଣି, ଇନୋସ ଶବର, ମାଫିଏଲ୍ ସ୍ୱାଲସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ MMDR କଳା ବିଲ୍ ରେ ଓଡିଶାର କ୍ଷତି ହେଉଥିବାରୁ ଏହାକୁ ପ୍ରତ୍ୟାହାର, ମୂଖ୍ୟ ନିର୍ଵାଚନ କମିଶନର ଜ୍ଞାନେଶ କୁମାର୍ ଙ୍କ ଇସ୍ତପା, ବନ୍ୟା ପୀଡ଼ିତ ଙ୍କୁ କ୍ଷତିପୂରଣ ପ୍ରଦାନ ତଥା ଆସନ୍ତା ପଂଚାୟତ ନିର୍ବାଚନ ନିମନ୍ତେ କଂଗ୍ରେସ୍ ଦଳ କୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଗୁମ୍ମା ବ୍ଲକର ସମସ୍ତ କୋଡ଼ିଏ ଗୋଟି ପଞ୍ଚାୟତ ର ସରପଞ୍ଚ, ପୂର୍ବତନ ଜନପ୍ରତିନିଧି ତଥା କଂଗ୍ରେସ୍ ପ୍ରେମୀ ସମର୍ଥକ ଯୋଗ ଦେଇଥିଲେ।

