ଦେବକୁଣ୍ଡରେ ଉତ୍ତେଜନା, ନିରାଶ ହୋଇ ଫେରୁଛନ୍ତି ଶହ ଶହ ପର୍ଯ୍ୟଟକ
ଉଦଳା ୦୨/୧୦(ସତ୍ୟବାନ ନାୟକ): ବନ୍ୟା ପରେ ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ନେଇ ଦେଖାଦେଇଛି ଅସନ୍ତୋଷ। ପ୍ରଖର ବନ୍ୟାଜଳରେ ଲୁହାବାଡ଼, ପାଚେରୀ ଓ ରାସ୍ତା ଆଦି ଭାଙ୍ଗି ଯାଇଥିବାରୁ ସୁରକ୍ଷା ଦୃଷ୍ଟିରୁ ମୟୁରଭଞ୍ଜ ଜିଲା ଦେବକୁଣ୍ଡ ଗେଟ୍ ବନ୍ଦ ରଖାଯାଇଛି। ହେଲେ ଏନେଇ ସରକାରୀ ଅନଲାଇନ୍ ପୋର୍ଟାଲ କିମ୍ବା ୱେବସାଇଟ୍ରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଫଳରେ ଦୂରଦୂରାନ୍ତରୁ ଶହ ଶହ ପର୍ଯ୍ୟଟକ ଦେବକୁଣ୍ଡ ଆସି ଗେଟ୍ ବନ୍ଦ ଦେଖି ନିରାଶ ହୋଇ ଫେରୁଛନ୍ତି। ପ୍ରଶାସନ ପକ୍ଷରୁ ୱେବସାଇଟ୍ରେ ତୁରନ୍ତ ବନ୍ଦ ସମ୍ପର୍କିତ ସୂଚନା ଅପଡେଟ୍ କରିବାକୁ ଦାବି ହେଉଛି।
