ବୃନ୍ଦାବାହାଲ ପଞ୍ଚାୟତକୁ ଅନୁସୂଚିତ ଜାତି ବର୍ଗରେ ସଂରକ୍ଷଣ ଦାବି
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଗୋଲାମୁଣ୍ଡା, 25 September : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମପଞ୍ଚାୟତକୁ ଅନୁସୂଚିତ ଜାତି (ଏସ୍ସି) ବର୍ଗ ପାଇଁ ସଂରକ୍ଷିତ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।
ଏନେଇ ପଞ୍ଚାୟତବାସୀଙ୍କ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଲିଖିତ ନିବେଦନ ପ୍ରଦାନ କରାଯାଇଛି। ନିବେଦନରେ ଦର୍ଶାଯାଇଛି ଯେ, ୧୯୬୧ ମସିହାରେ ଗୋଲାମୁଣ୍ଡା ବ୍ଲକ ସ୍ଥାପିତ ହେବା ସମୟରୁ ବୃନ୍ଦାବାହାଲ ପଞ୍ଚାୟତ ଏହାର ଅଂଶ ଭାବେ ରହିଆସିଛି। ପଞ୍ଚାୟତ ଅଧୀନ ବୈଜଲପୁର, ବୃନ୍ଦାବାହାଲ, ଡୁମେରବାହାଲ ଓ Goindimunda
ଗ୍ରାମରେ ମୋଟ ୬,୩୧୪ ଜଣ ଲୋକ ବସବାସ କରୁଛନ୍ତି।
ନିବେଦନ ଅନୁଯାୟୀ, ପଞ୍ଚାୟତର ମୋଟ ଜନସଂଖ୍ୟା ମଧ୍ୟରୁ ୬୩୮ ଜଣ ଆଦିବାସୀ, ୧,୦୫୨ ଜଣ ଅନୁସୂଚିତ ଜାତି ବର୍ଗର ଏବଂ ଅବଶିଷ୍ଟ ଜନସଂଖ୍ୟା ଅନ୍ୟ ବର୍ଗର। ତେବେ ପଞ୍ଚାୟତ ପ୍ରତିଷ୍ଠା ଦିନଠାରୁ ଆଜି ପର୍ଯ୍ୟନ୍ତ ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହୋଇନଥିବା ନିବେଦନରେ ଉଲ୍ଲେଖ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବୃନ୍ଦାବାହାଲ ଗ୍ରାମପଞ୍ଚାୟତକୁ ଅନୁସୂଚିତ ଜାତି ବର୍ଗରେ ସଂରକ୍ଷିତ କରିବାକୁ ପଞ୍ଚାୟତବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ପଞ୍ଚାୟତସ୍ତରୀୟ ନିର୍ବାଚନରେ ପ୍ରତିନିଧିତ୍ୱର ସୁଯୋଗ ମିଳିପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
ନିବେଦନର ନକଲ ଉପଜିଲ୍ଲାପାଳ, ଧର୍ମଗଡ, ଗୋଲାମୁଣ୍ଡା ବିଡିଓ ଏବଂ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ପ୍ରେରଣ କରାଯାଇଛି।
ନିବେଦନରେ ରାମପ୍ରସାଦ ଜାଲ
ଦିଗମ୍ବର ଜାଲ,
ଚନ୍ଦ୍ରକଳା ଜାଲ,
ଚମ୍ପା ବେହେରା,
ସପ୍ନା ଜାଲ,
ଜଲ ହରପାଲ
ପ୍ରମୁଖଙ୍କ ନାମ ରହିଛି।
