ମହାନ୍ତି ପଡାଶିଆ ଗ୍ରାମରୁ ବିଶାଳ ଅଜଗର ଉଦ୍ଧାର
——————–
ସାରସକଣା,(୩୦/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଉମାଦେଇପୁର ପଞ୍ଚାୟତର ମହାନ୍ତି ପଡାଶିଆ ଗ୍ରାମରେ ଏକ ବିଶାଳ ଅଜଗର ସାପ ଦେଖିବାକୁ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ସାପଟିକୁ ଦେଖି ଗ୍ରାମବାସୀ ତୁରନ୍ତ ବନ ବିଭାଗକୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗର ଅଧିକାରୀ ଅଭିନାଶ ଗିରିଙ୍କ ସହିତ ବାଙ୍ଗରିପୋଷି ଫରେଷ୍ଟ ଗାର୍ଡ ସତ୍ୟବ୍ରତ ବସନ୍ତୀୟା ନେତୃତ୍ୱରେ ଏକ ଟିମ୍ ତୁରନ୍ତ ମହାନ୍ତି ପଡାଶିଆ ଗ୍ରାମରେ ପହଞ୍ଚିଥିଲେ । ବନ ବିଭାଗର କର୍ମଚାରୀମାନେ ସତର୍କତାର ସହ ବିଶାଳ ଅଜଗରଟିକୁ ଉଦ୍ଧାର କରିଥିଲେ। ପରେ ଉଦ୍ଧାର ହୋଇଥିବା ଅଜଗରକୁ ଶିମିଳିପାଳ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ନିରାପଦ ସ୍ଥାନରେ ଛାଡ଼ି ଦିଆଯାଇଥିବା ସୂତ୍ରରୁ ପ୍ରକାଶ । ବନ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁଁ ଅଜଗରଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
