ଧୋଇଗଲା ରାସ୍ତା, ଗାଁକୁ ଯାଇପାରୁନାହାନ୍ତି ଲୋକେ
ଉଦଳା(୨୯/୦୯): ବନ୍ୟା ପାଣିରେ ଉଦଳା ବ୍ଲକ ଜାଲଦା ଗ୍ରାମର ରାସ୍ତା ଧୋଇ ହୋଇଯିବାରୁ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ପୋଲ ନିକଟରେ ବନ୍ୟା ପାଣିର ପ୍ରବଳ ସ୍ରୋତ ଯୋଗୁଁ ରାସ୍ତାରେ ବଡ଼ ଖାଇ ସୃଷ୍ଟି ହୋଇଛି। ପ୍ରାୟ ୧୨ରୁ ୧୫ ଫୁଟ ଗଭୀର ଖାଲ ହୋଇଥିବାରୁ ଏହି ରାସ୍ତା ଦେଇ ଲୋକଙ୍କ ଯାତାୟାତ ଠପ୍ ହୋଇପଡ଼ିଛି। ଫଳରେ ଜାଲଦା ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ପାଇଁ ବାହାରକୁ ଯିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଶୀଘ୍ର ମରାମତି କରି ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
