*ଢେଙ୍କାନାଳ ଜିଲ୍ଲା ଗସ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଆଜି ତା -୨୯.୦୯.୨୦୨୬: ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଳନ ଆଜି ଢେଙ୍କାନାଳ ଜିଲ୍ଲା ଗସ୍ତ କରି ନିର୍ବାଚନ ସାମଗ୍ରୀ ଗୋଦାମର ଯୁଗ୍ମ ଯାଞ୍ଚ କରିବା ସହ ଏ ସଂକ୍ରାନ୍ତୀୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଗସ୍ତ ଅବସରରେ ଶ୍ରୀ ଗୋପାଳନ ସମ୍ପୃକ୍ତ ଜିଲ୍ଲା ଅଧିକାରୀ ଓ ପ୍ରତିନିଧିମାନଙ୍କ ସହ ନିର୍ବାଚନ ସାମଗ୍ରୀ ଗୋଦାମ ପରିଦର୍ଶନ କରି ଯୁଗ୍ମ ଯାଞ୍ଚ କରିଥିଲେ। ନିର୍ଦ୍ଧାରିତ ନିୟମାବଳୀ ଓ ସୁରକ୍ଷା ପ୍ରୋଟୋକଲ ଅନୁଯାୟୀ ଗୋଦାମରେ ରହିଥିବା ବ୍ୟବସ୍ଥାର ସେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଗୋଦାମରେ ନିର୍ବାଚନ ସାମଗ୍ରୀର ସଂରକ୍ଷଣ, ସୁରକ୍ଷା ଓ ସାମଗ୍ରିକ ପରିଚାଳନା ସମ୍ପର୍କିତ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଗୋଦାମର ବ୍ୟବସ୍ଥା ସମ୍ପର୍କରେ ରାଜନୈତିକ ଦଳର ପ୍ରତିନିଧିମାନେ ନିଜର ମତାମତ ଓ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏହି ଅବସରରେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆଇଏଏସ୍ (ପ୍ରୋବେସନ) ସୁଶ୍ରୀ ସୁଧା ଚୌହାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ନିବେଦିତା ରାଉତଙ୍କ ସମେତ ସମ୍ପୃକ୍ତ ନିର୍ବାଚନ ଅଧିକାରୀମାନେ ଉପସ୍ଥିତ ଥିଲେ।
