ସୋମବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ” କଳାକାର ଭବନ ” ଠାରେ ” ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ” କଳାହାଣ୍ଡି ଶାଖାର ସାଂଗଠନିକ ପ୍ରଥମ ବୈଠକ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଭବାନୀପାଟଣା ତା-28/9 ସୋମବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ” କଳାକାର ଭବନ ” ଠାରେ ” ଓଡିଶା କର୍ମଜୀବି ସାମ୍ବାଦିକ ସଂଘ ” କଳାହାଣ୍ଡି ଶାଖାର ସାଂଗଠନିକ ପ୍ରଥମ ବୈଠକ ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ନିରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତା ଓ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ଶ୍ରୀ ଦେବଦତ୍ତ ବେହେରାଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇ ଯାଇଛି ।ଉକ୍ତ ସଭାରେ ମୂଖ୍ଯ ଅତିଥି ଭାବରେ ପଶ୍ଚିମ ଓଡିଶା ଆଇ,ଜେ,ୟୁ, ସଭାପତି ମାନନୀୟ ଡ .ବିଜୟ କୁମାର ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଭାବରେ ଶ୍ରୀମାନ ଜନ୍ ନିଉଟନ ସିଂ ପଶ୍ଚିମ ଓଡିଶା ଆଇ,ଜେ,ୟୁ, ସମ୍ପାଦକ ଯୋଗ ଦେଇଥିଲେ । ଅନ୍ଯ ନିମନ୍ତ୍ରିତ ଅତିଥି ଗଣ ମଧ୍ୟରେ ସର୍ବଶ୍ରୀ ତ୍ରିଲୋଚନ ଖୁଣ୍ଟିଆ ରାଜ୍ୟ ଉପ ସଭାପତି,ଅଭିଷେକ ସିଂହ ରାଷ୍ଟ୍ରୀୟ ପରିଷଦ ସଭ୍ଯ ଏବଂ ଶୁଭାଶିଷ ନାୟକ ରାଜ୍ଯ ସମ୍ପାଦକ ପ୍ରଭୃତି ମଞ୍ଚାସୀନ ଥିଲେ।ସଭାରେ ଆଲୋଚ୍ୟ ବିଷୟ ମଧ୍ଯରେ ସଂଗଠନ ର ସୁଦୃଢ଼ତା, ସଂଘର ଏକତା ଓ ବନ୍ଧୁତା ତଥା ସାମ୍ବାଦିକ ବନ୍ଧୁ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ବକ୍ତା ମାନେ ତାଙ୍କ ବକ୍ତବ୍ଯ ରେ କହିଥିଲେ।ପରିଶେଷରେ ଜିଲ୍ଲା କମିଟିର ନିର୍ବାଚନ ସର୍ବସମ୍ମତି ରେ ହୋଇଥିଲା। ଲାୟନ ଡ.ରମେଶ କୁମାର ଅଗ୍ରୱାଲ ସଭାପତି ,ଶ୍ରୀମାନ ଆଶୁତୋଷ ପୁରୋହିତ ଉପ -ସଭାପତି ଓ ଶ୍ରୀମାନ ଦେବଦତ୍ତ ବେହେରା ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ଶ୍ରୀ ଇଶ୍ବର ଚନ୍ଦ୍ର ନାୟକ ଓ ଶ୍ରୀ ହେମନ୍ତ ରାଏ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ଯ ଭାବରେ ମନୋନୀତ ହୋଇଥିଲେ।ଉପସ୍ଥିତ ସମସ୍ତ ନେତୃ ମଣ୍ଡଳୀ ଓ ସଭ୍ୟବୃନ୍ଦ ନୂତନ ନିର୍ବାଚିତ ଓ ମନୋନୀତ ସଦସ୍ଯ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶେଷରେ ଇଶ୍ବର ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।କାଯର୍ଯକ୍ରମ ରେ ଭବାନୀପାଟଣା ସହରର ତଥା କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଲକ ରୁ ଅନେକ ସାମ୍ବାଦିକ ବନ୍ଧୁ ଙ୍କ ସହ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଯୋଗେନ୍ଦ୍ର ସିଂ, ଗଂଜାମ ଜିଲ୍ଲା ସଭାପତି ଶ୍ରୀ ଅରୁଣ ପଣ୍ଡା ,ବଲାଙ୍ଗୀର ଜିଲ୍ଲା ସଭାପତି ଜେନାବ ଖାନ୍ ଓ ଶ୍ରୀ ଅଭୟ ଦୋରା ରାଜ୍ଯ କାର୍ଯ୍ୟକାରିଣୀ ସଭ୍ୟ ଯୋଗଦେଇ ସଭାଟିକୁ ସାଫଲ୍ଯ ମଣ୍ଡିତ କରିଥିଲେ ।
