*ବଟମଙ୍ଗଳା ହାଇସ୍କୁଲ ନୂଆ ପ୍ରଧାନ ଶିକ୍ଷକଙ୍କୁ କଂଗ୍ରେସ କର୍ମୀଙ୍କ ସମ୍ବର୍ଦ୍ଧନା*
*ତିର୍ତ୍ତୋଲ:* ବଟମଙ୍ଗଳା ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ଭାବେ ସୁଧାକର ଭୋଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଏହି ବିଦ୍ୟାଳୟରେ ଗଣିତ ଶିକ୍ଷକ ଥିଲେ, ଚାରି ମାସ ପୂର୍ବେ ବିଶୁନପୁର ହାଇସ୍କୁଲକୁ ପ୍ରଧାନ ଶିକ୍ଷକ ଭାବେ ପଦୋନ୍ନତି ପାଇଥିଲେ। ପୁନର୍ବାର ଗୋପାଳପୁର ବଟମଙ୍ଗଳା ହାଇସ୍କୁଲକୁ ଫେରିଛନ୍ତି।
ଏହି ଅବସରରେ ତିର୍ତ୍ତୋଲ ବ୍ଲକ କଂଗ୍ରେସ କାର୍ଯ୍ୟନିର୍ବାହୀ ସଦସ୍ୟ ରବୀନ୍ଦ୍ର ନାଥ ବିଶ୍ୱାଳ, ସମ୍ପାଦକ ବିଜୟ କୁମାର ସ୍ୱାଇଁ, ଗୋପାଳପୁର ପଞ୍ଚାୟତ ପୂର୍ବତନ କଂଗ୍ରେସ ସଭାପତି ଗଗନ ବିହାରୀ ସାହୁ ଓ ତିର୍ତ୍ତୋଲ ୩ନଂ ଜୋନ କଂଗ୍ରେସ ସଭାପତି ସୁଭାଶିଷ ସ୍ୱାଇଁ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନ ବୃଦ୍ଧି, ଛୋଟ ପିଲାଙ୍କୁ ନିଶାଠାରୁ ଦୂରେଇ ରଖିବା ଓ ଶିକ୍ଷକମାନେ ଠିକ୍ ସମୟରେ ବିଦ୍ୟାଳୟକୁ ଆସିବା ନେଇ ଆଲୋଚନା ହୋଇଥିଲା। ପ୍ରଧାନ ଶିକ୍ଷକ ସବୁ ଦିଗ ଉପରେ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
