ବାଲି ଚୋରାଚାଲାଣ ଖବର ପ୍ରସାରଣକୁ ନେଇ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ
______________
ସାରସକଣା,(୨୮/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଅଞ୍ଚଳରେ ଚୋରା ବାଲି କାରବାର ବୃଦ୍ଧି ପାଇବାରେ ଲାଗିଛି । ଏହି ଅଞ୍ଚଳରେ ହେଉଥିବା ବାଲି ଚୋରାଚାଲାଣ ସମ୍ପର୍କିତ ଖବର ପ୍ରସାରଣକୁ କେନ୍ଦ୍ର କରି ଜଣେ ସାମ୍ବାଦିକଙ୍କୁ ସଙ୍ଗବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରାଯାଇଥିବା ଜଣାପଡିଛି ।ଏହି ସଙ୍ଗବଦ୍ଧ ମରଣାତ୍ମକ ଆକ୍ରମଣରେ ସାରସକଣା ସାମ୍ବାଦିକ କ୍ଷିରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଛି । ଏହି ସଙ୍ଗବଦ୍ଧ ଆକ୍ରମଣରେ ମୁଣ୍ଡ ଫଟାଇ ଦେଇଥିବା ସହ ଏକ ଦାମିକା ମୋବାଇଲ ଛଡ଼ାଇ ନେଇଛନ୍ତି । ଗୁରୁତର ଆହତ ହୋଇ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା କରାଯାଇଥିଲା ଏବଂ ପରେ ତାଙ୍କ ପକ୍ଷରୁ ଝାରପୋଖରିଆ ଥାନାରେ ଏହି ସଙ୍ଗବଦ୍ଧ ମରଣାତ୍ମକ ଆକ୍ରମଣର ଏତଲା ଦାୟର କରାଯାଇଥିବା ଜଣାପଡ଼ିଛି। ଖବର ସଂଗ୍ରହ ଓ ପ୍ରସାରଣ ସମୟରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ? ଏତଲାରେ ଉଲ୍ଲେଖିତ ଅଭିଯୋଗ ଆଧାରରେ ଝାରପୋଖରିଆ ଥାନା ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି,ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ତେବେ ଏତଲା ଆଧାରରେ ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ’ଣ ହେଉଛି, ତାହା ଉପରେ ଏବେ ନଜର ରହିଛି। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
