ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ନମାମି ଭାରତ- ସମୁହ ବନ୍ଦେ ମାତରଂ ଗାନ ଅନୁଷ୍ଠିତ।
ବେଲଗୁଣ୍ଠା -୨୫/୦୯ (ପ୍ରଫୁଲ୍ଲ କୁମାର ମହାରଣା ) ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ସମୁହ ବନ୍ଦେ ମାତରଂ ଗାନ କରି ନମାମି ଭାରତ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି I ଏଥିରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସନ୍ତୋଷ କୁମାର ବିଷୋୟୀ ଭାରତ ଅସ୍ମିତା ର ବାର୍ତ୍ତା ଓ ବନ୍ଦେ ମାତରଂ ଗାନର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ପବିତ୍ର କୁମାର ସାହୁ, ଉପଦେଷ୍ଟା ଶ୍ରୀ ରବୀନ୍ଦ୍ର ରଥ ଙ୍କ ପରାମର୍ଶ କ୍ରମେ ସମ୍ପାଦନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର କୈଳାଶ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ରାଜୀବ ଗୁରୁଜୀ, ପ୍ରଶାନ୍ତ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, କେଦାର ଗୁରୁଜୀ, ସତ୍ୟ ଗୁରୁଜୀ,ସହ ସମସ୍ତ ଗୁରୁମା ଓ ମାଉସୀ ମାନେ, ଏବଂ ଶୁଭେଚ୍ଛୁ- ଶ୍ରଦ୍ଧାଳୁମାନେ, ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ମାନେ ମଧ୍ୟ ଯୋଗଦାନ କରିଥିଲେ । ଅନୁଷ୍ଠାନର ମାଧୁରୀ ଗୁରୁମା ସ୍ୱାଗତ ଗୀତ ଗାନ କରିଥିଲେ। ଶେଷରେ ଗୀତା ଗୁରୁମା ଧନ୍ୟବାଦ ଅର୍ପଣ ଦେଇଥିବା ବେଳେ ସମସ୍ତ ସେବାବ୍ରତୀ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମ ଟିକୁ ସାକାର କରିଥିଲେ ।
