କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର
କପ୍ତିପଦ(୨୩/୦୯): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜଡ଼ିଦା ପଞ୍ଚାୟତର କେନାଲ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଡ଼ିଦା ପୁହାଣ ସାହିର ସର୍ବେଶ୍ୱର ପୁହାଣ ବୋଲି ଜଣାପଡ଼ିଛି। ସେ ଗତକାଲି ସନ୍ଧ୍ୟାରୁ ନିଖୋଜ ଥିଲେ। ଆଜି ସକାଳେ କେନାଲର ଜଳପ୍ରବାହ ବନ୍ଦ କରି ଖୋଜାଖୋଜି ପରେ ମୃତଦେହ ମିଳିଥିଲା। କପ୍ତିପଦା ପୋଲିସ ମୃତଦେହ ଜବତ କରି ଉଦଳା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଜାରି ରହିଛି।
