ପବିତ୍ର ମୋହନ ମେଡିକାଲ କଲେଜରେ MCL ମେଡିକାଲ କର୍ମଚାରୀଙ୍କ ନ୍ୟାଯ୍ୟ ଅଧିକାର ଦାବି
ଦାବି ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ
ତାଳଚେର:(ମନୋଜ ରାଉତ)(ନିପ୍ର): ତାଳଚେର ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ କାର୍ଯ୍ୟରତ MCLର ମେଡିକାଲ କର୍ମଚାରୀମାନଙ୍କ ନ୍ୟାଯ୍ୟ ଅଧିକାର ଓ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ଦାସ ତାଳଚେର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମେଡିକାଲ କଲେଜରେ ଦୀର୍ଘଦିନ ଧରି କାର୍ଯ୍ୟ କରିଆସୁଥିବା MCLର ମେଡିକାଲ କର୍ମଚାରୀଙ୍କ ଚାକିରି ସମ୍ବନ୍ଧୀୟ ସୁବିଧା, ଅଧିକାର ଓ ଭବିଷ୍ୟତ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି। ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ସହ କର୍ମଚାରୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରାଯିବା ନେଇ ପ୍ରଫୁଲ୍ଲ ଦାସ ଦାବି ଉଠାଇଛନ୍ତି।
ଏହି ପରିପ୍ରେକ୍ଷୀରେ ପ୍ରଫୁଲ୍ଲ ଦାସ ଉପଜିଲ୍ଲାପାଳଙ୍କ ସହ ସାକ୍ଷାତ କରି କର୍ମଚାରୀମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। କର୍ମଚାରୀଙ୍କ ଦାବିକୁ ଗୁରୁତ୍ୱର ସହ ବିଚାର କରି ସମାଧାନର ପଥ ବାହାର କରିବା ପାଇଁ ଆଲୋଚନା ହୋଇଥିବା ଜଣାପଡ଼ିଛି।
ଆଲୋଚନା ସମୟରେ ଉପଜିଲ୍ଲାପାଳ କର୍ମଚାରୀମାନଙ୍କ ନ୍ୟାଯ୍ୟ ଦାବି ଓ ସମସ୍ୟା ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ସହ ନ୍ୟାଯ୍ୟ ଅଧିକାର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରଫୁଲ୍ଲ ଦାସଙ୍କ ପକ୍ଷରୁ କୁହାଯାଇଛି।
ତାଳଚେରରେ ମେଡିକାଲ କଲେଜ ଓ ଉନ୍ନତ ଚିକିତ୍ସା ବ୍ୟବସ୍ଥାକୁ ନେଇ ଦୀର୍ଘଦିନ ଧରି ବିଭିନ୍ନ ମହଲରେ ଦାବି ହୋଇଆସୁଛି। ଏଭଳି ସ୍ଥିତିରେ ମେଡିକାଲ କଲେଜରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସମସ୍ୟାର ସମାଧାନ ଓ ସେମାନଙ୍କ ଅଧିକାର ସୁରକ୍ଷିତ କରିବା ମେଡିକାଲ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ମତ ପ୍ରକାଶ ପାଇଛି।
ଏବେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନଙ୍କ ନ୍ୟାଯ୍ୟ ଦାବି କେତେ ଶୀଘ୍ର ସମାଧାନ ହେଉଛି ଏବଂ ଏ ଦିଗରେ ପ୍ରଶାସନ ଓ ସମ୍ପୃକ୍ତ କର୍ତ୍ତୃପକ୍ଷ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
