ତାଳଚେର ଗଣେଶ ପୂଜାରେ ଶିଶୁଙ୍କ ବେକରୁ ଚେନ୍ ଲୁଟ୍
୪ ଅଭିଯୁକ୍ତ ଗିରଫ, ଲକେଟ୍ ଓ ୪ ହଜାର ଟଙ୍କା ଜବତ
ତାଳଚେର:(ମନୋଜ ରାଉତ)ନିପ୍ର): ତାଳଚେର ଗଣେଶ ପୂଜା ମେଳାରେ ଶିଶୁଙ୍କ ବେକରୁ ସୁନା ଚେନ୍ ଓ ଲକେଟ୍ ଲୁଟ୍ ଅଭିଯୋଗରେ ତାଳଚେର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗତ ୧୬ ତାରିଖରେ ବାଇପାସ୍ ସୁପର ମାର୍କେଟ୍ ନିକଟସ୍ଥ ମୀନା ବଜାରରେ ଜଣେ ଶିଶୁଙ୍କ ବେକରୁ ସୁନା ଚେନ୍ ଓ ଲକେଟ୍ ଲୁଟ୍ ହୋଇଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି କଟକ ଜିଲ୍ଲାର ୪ ଜଣ ଅଭିଯୁକ୍ତ—ବିଜୁ ଦାସ, ମାଳତୀ ଦାସ, ରାଜା ଦାସ ଓ ଜ୍ୟୋତି ଦାସଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପ୍ଲାଷ୍ଟିକ୍ ସାମଗ୍ରୀ ବିକ୍ରି କରିବା ବାହାନାରେ ଭିଡ଼ଭାଡ଼ ମେଳା ଓ ପୂଜାସ୍ଥଳୀରେ ପ୍ରବେଶ କରି ଛୋଟ ପିଲାମାନଙ୍କୁ ଟାର୍ଗେଟ୍ କରୁଥିଲେ। ଗିରଫ ସମୟରେ ସେମାନଙ୍କଠାରୁ ଗୋଟିଏ ଲକେଟ୍ ଓ ୪ ହଜାର ଟଙ୍କା ନଗଦ ଜବତ କରାଯାଇଛି।
