*ରୂପସା ଥାନା ପରିସରରେ ସାମ୍ବାଦିକ ଆକ୍ରମଣ ଘଟଣା*
*ଫୋକସ୍ ପ୍ଲସ୍ ଚିଫ୍ ଏଡିଟରଙ୍କ ଆଲୋଚନା*
ବସ୍ତା:- (ନି.ପ୍ର)ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ରୂପସା ଥାନା ପରିସରରେ କିଛି ଦିନ ପୂର୍ବରୁ ଫୋକସ୍ ପ୍ଲସ୍ ପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗ ଘଟଣାକୁ ନେଇ ଆଲୋଚନା ହୋଇଛି।ଏହି ଘଟଣା ସମ୍ପର୍କରେ ଆଲୋଚନା କରିବା ପାଇଁ ଫୋକସ୍ ପ୍ଲସ୍ ଟିଭି ଚ୍ୟାନେଲର ଚିଫ୍ ଏଡିଟର ଡକ୍ଟର ସୁଧାଂଶୁ ଶେଖର ରାଉତ ସାମ୍ବାଦିକ ଚାନସେଲର ରାଉତଙ୍କ ବାସଭବନରେ ପହଞ୍ଚି ଘଟଣାର ବିଭିନ୍ନ ଦିଗ ନେଇ ଆଲୋଚନା କରିଥିଲେ।ଏହାପରେ ଡକ୍ଟର ସୁଧାଂଶୁ ଶେଖର ରାଉତ ରୂପସା ଥାନାର ଆଇଆଇସି ସମ୍ୟଜିତ୍ ମିଶ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ବସ୍ତା ପ୍ରେସ୍ କ୍ଲବର ସଭାପତି ବିଜୟ କୁମାର ଭୂୟାଁଙ୍କ ସମେତ ମାନସ ବେହେରା, ସନ୍ତୋଷ ନାୟକ, ସେଖ ଆଜାରୁଦ୍ଦିନ, ରମିତା ବିଶ୍ୱାଳ, ପ୍ରଭାକର ମଲ୍ଲିକ ଓ ସୁଶାନ୍ତ ବେହେରାଙ୍କ ସମେତ ବସ୍ତା ପ୍ରେସ୍ କ୍ଲବର ଅନ୍ୟ ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ସୁରକ୍ଷା, ଥାନା ପରିସରରେ ସାମ୍ବାଦିକଙ୍କ ସହ ଘଟିଥିବା ଆକ୍ରମଣ ଅଭିଯୋଗ ଏବଂ ଏହାକୁ ନେଇ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମ୍ବାଦିକଙ୍କ ସୁରକ୍ଷା ଏବଂ ସ୍ୱାଧୀନ ଭାବେ ସାମ୍ବାଦିକତା କରିବାର ପରିବେଶ ନେଇ ଏହି ଆଲୋଚନା ଗୁରୁତ୍ୱ ବହନ କରିଛି।
