**୩୫୩ ନମ୍ବର ଜାତୀୟ ରାଜପଥ କଡ଼ ରେଷ୍ଟୁରାଣ୍ଟରେ ବିଦ୍ୟୁତ୍ ସର୍ଟ ସର୍କିଟ: ନିଆଁ ଲିଭାଇଲେ କର୍ମଚାରୀ, ତଦନ୍ତରେ ଦମକଳ ବାହିନୀ*
ନୂଆପଡା(ମିଖାଏଲ ନନ୍ଦ) ତା:୧୯.୦୯.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ କଡ ଥିବା ଜୋର୍କୋ ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ, ବିଦ୍ୟୁତ୍ ସଟ ସାର୍କିଟ ରୁ ଅଗ୍ନିକାଣ୍ଡ ହୋଇଥିବା ବେଳେ ଡିଫ ଫ୍ରିଯାର ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଅଛି। ବିଶେଷ କରି ରେଷ୍ଟୁରାଣ୍ଟ ର ରୋଷେଇ ଘରେ ସଟ ସାର୍କିଟ ହେବା ଦ୍ୱାରା ଧୂଆଁ ଭରି ଯାଇଥିଲା। ରେଷ୍ଟୁରାଣ୍ଟ ମାଲିକ ବିନ୍ଦୁ ପାଣିଗ୍ରାହୀ ଙ୍କ ପୁଅ ତୁରନ୍ତ ଦମକଳ ବାହିନୀକୁ ଫୋନ୍ କରିଥିବା ବେଳେ ଏଷ୍ଟିଙ୍ଗଉଇସର୍ ବ୍ୟବହାର କରିଥିଲେ। ଏହା ଦ୍ୱାରା ଅଗ୍ନି ଉପରେ ଆୟତ୍ତ ପାଇଥିଲେ। ଘଟଣା ସ୍ଥଳ କୁ ଦମକଳ ବାହିନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲେ। ପରେ ଅଗ୍ନି ସୁରକ୍ଷା ପାଇଁ ପ୍ରସ୍ଥାନ ସୁବିଧା ମଧ୍ୟ କରିବାକୁ ଆହ୍ୱାନ କରିଛନ୍ତି। ଜୋର୍କୋ ରେଷ୍ଟୁରାଣ୍ଟ ଅଗ୍ନିକାଣ୍ଡ ରେ ଲକ୍ଷାଧିକ ଟଙ୍କା ଧନ ହାନି ହୋଇଥିବା ବେଳେ କୌଣସି ଜୀବନ ଆହତ ମଧ୍ୟ ହୋଇନାହାନ୍ତି। ସମୟ ପୂର୍ବରୁ ଏଷ୍ଟିଙ୍ଗଉଇସର୍ ବ୍ୟବହାର କରିବା ଦ୍ୱାରା ବିରାଟ ଅଗ୍ନିକାଣ୍ଡ ରୁ ବର୍ତ୍ତି ଯାଇଛନ୍ତି।
