ଏଫ୍ଏଫ ଭି ଡିପି) ର ସହଯୋଗରେ ୩ ପଞ୍ଚାୟତରେ ୮ଟିସୋଲାର ଲାଇଟ୍ ସ୍ଥାପନ।
ଗଜପତି (ଟିକି ଲିମା)
ସିସିଡି ଓ ପାରିବାରିକ କେନ୍ଦ୍ରିକ ଗ୍ରାମ ଉନ୍ନତି କାର୍ଯ୍ୟକ୍ରମ (ଏଫ୍ଏଫ ଭି ଡିପି) ର ସହଯୋଗରେ ୩ ପଞ୍ଚାୟତରେ ୮ଟି ସୋଲାର ଲାଇଟ୍ ସ୍ଥାପନ — ଗ୍ରାମ ଅଞ୍ଚଳର ଅନ୍ଧାରୁ ଆଲୋକକୁ ନେଇଯିବା ଉଦ୍ୟମ ।
ରାୟଗଡା, ଜୁଲାଇ ୧୧: ଗ୍ରାମ ଅଞ୍ଚଳର ଉନ୍ନତି, ଆଲୋକ ବିକାଶ ଓ ନିରାପତ୍ତା ବୃଦ୍ଧିକୁ ଲକ୍ଷ୍ୟ କରି ସିସିଡି (ସି ସି ଡି) ସଂଗଠନ ଓ ପାରିବାରିକ କେନ୍ଦ୍ରିକ ଗ୍ରାମ ଉନ୍ନତି କାର୍ଯ୍ୟକ୍ରମ (ଏଫ୍ଏଫ୍ ଭିଡିପି) ର ସଂଯୁକ୍ତ ପ୍ରଚେଷ୍ଟାରେ ରାୟଗଡ ବ୍ଲକର ତିନିଟି ପଞ୍ଚାୟତର ମହତ୍ତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ମିଶି ମୋଟ ୮ଟି ସୋଲାର ଲାଇଟ୍ ସ୍ଥାପନ କରାଯାଇଛି।
ଏହି ଲାଇଟ୍ଗୁଡ଼ିକର ବିସ୍ତାର ଏପରି — ଜୀରାଙ୍ଗ ପଞ୍ଚାୟତର ଗୁରା ସାହିରେ ୨ଟି, ଏଙ୍ଗାରସିଂ ପଞ୍ଚାୟତର ସଉତ ସାହିରେ ୨ଟି ଏବଂ ଲକ୍ଷ୍ମୀପୁର ପଞ୍ଚାୟତର ସାନ ତପଙ୍ଗ ଗ୍ରାମରେ ୪ଟି ସୋଲାର ଲାଇଟ୍ ସ୍ଥାପିତ ହୋଇଛି।
ସ୍ଥାନୀୟ ଗ୍ରାମବାସୀ ଏହି ପଦକ୍ଷେପକୁ ବହୁତ ଆନନ୍ଦ ସହିତ ଗ୍ରହଣ କରିଛନ୍ତି। ତାଙ୍କ ଅନୁସାରେ, ଏହି ସୋଲାର ଲାଇଟ୍ ଦ୍ୱାରା ଏବେ ରାତି ସମୟରେ ଗ୍ରାମ ରାସ୍ତା ଓ ଜନସାଧାରଣ ସ୍ଥାନ ଗୁଡ଼ିକ ଆଲୋକିତ ହେଉଛି, ଯାହା ଦ୍ୱାରା ଅନେକ ସୁବିଧା ଓ ନିରାପତ୍ତା ମିଳୁଛି। ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଯେ, ଏହି ଲାଇଟ୍ଗୁଡ଼ିକ ସୂର୍ଯ୍ୟ ଶକ୍ତି ଉପରେ ଭିତି କରିଥିବାରୁ ବିଦ୍ୟୁତ ଅଭାବରେ ମଧ୍ୟ ନିର୍ବିଘ୍ନରେ କାର୍ଯ୍ୟ କରିପାରିବେ।
ସିସିଡି ଓ ଏଫ୍ ଏଫ୍ ଭିଡିପି ର ଏହି ପ୍ରୟାସ ଗ୍ରାମ ଅଞ୍ଚଳର ଜନମାନସ ମଧ୍ୟରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଏହି ପଦକ୍ଷେପ ଆଗାମୀ ଦିନରେ ଅନ୍ୟାନ୍ୟ ଗ୍ରାମ ମଧ୍ୟ ଆଲୋକମୟ କରିବା ହେବ ବୋଲି ଆଶା କରାଯାଉଛି।
