*ତିର୍ତ୍ତୋଲ : ମହାନଦୀରୁ ମିଳିଲା ଅପରିଚିତ ଯୁବକର ମୃତଦେହ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୋଲର ପଞ୍ଚାୟତର ଓଳଗଦା ଘାଟ ମହାନଦୀରୁ ଆଜି ସନ୍ଧ୍ୟାରେ ଜଣେ ଅଜଣା ଯୁବକଙ୍କ ଶବ ଉଦ୍ଧାର ହୋଇଛି।
ଖବର ଅନୁଯାୟୀ ମହାନଦୀର ଓଳଗଦା ଘାଟ ଠାରେ ଥିବା ପଥର ସ୍ପର୍ ରେ ଏକ ଅଜଣା ଯୁବକର ଶବ ଲାଗିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପରେ ତିର୍ତ୍ତୋଲ ପୋଲିସ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଉକ୍ତ ଶବକୁ ଉଦ୍ଧାର କରିଥିଲେ।
ମୃତ ଯୁବକଙ୍କ ବୟସ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେ ନୀଳ ରଙ୍ଗର ସାର୍ଟ ଓ ବେଲ୍ଟ ଲାଗିଥିବା ଜିନ୍ସ ପ୍ୟାଣ୍ଟ ପିନ୍ଧିଥିଲେ। ତିର୍ତ୍ତୋଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବ ବୋଲି ଜଣାପଡିଛି।
