*ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ, ଥାନାରେ ଅପମୃତ୍ୟୁ ମାମଲା ରୁଜୁ*
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ପଣ୍ଡୁଆ-ନଇଁଗୁଆ ଗ୍ରାମର ସୁବାସ ସାହୁଙ୍କର ଅକାଳ ମୃତ୍ୟୁ ଘଟିଛି।
ପ୍ରାପ୍ତ ଖବର ମୁତାବକ, ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ମଣିଜଙ୍ଗା ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମେଡିକାଲ ପକ୍ଷରୁ ସୂଚନା ପାଇ ତିର୍ତ୍ତୋଲ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
