ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ ଗୋଡ଼ି ପଥର ଗଦା କରିବା ଶିଶୁଙ୍କ ସୁରକ୍ଷା ନେଇ ପ୍ରଶ୍ନ
ସାରସକଣା,(୧୯/୯/୨୬)(ନି.ପ୍ର): ଜାଲଦା ପଞ୍ଚାୟତ ଅଧୀନସ୍ଥ ଜାଲଦା ଗ୍ରାମରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ଗୋଡ଼ି ପଥର ଢାଲି ରଖାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରତିଦିନ ଛୋଟ ଛୋଟ ଶିଶୁ ଆସୁଥିବା ବେଳେ କେନ୍ଦ୍ର ସମ୍ମୁଖରେ ଏଭଳି ମାଟି,ପଥର ଗଦା ରଖିବା ଶିଶୁମାନଙ୍କ ଚଳାଚଳ ଓ ସୁରକ୍ଷା ପାଇଁ କେତେଦୂର ଉପଯୁକ୍ତ, ତାହା ନେଇ ପ୍ରଶ୍ନ ଉଠିଛି। ଅଙ୍ଗନବାଡ଼ି କେନ୍ଦ୍ର ଭଳି ଶିଶୁମାନଙ୍କ ସମ୍ପର୍କିତ ସ୍ଥାନରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ସୁଗମ ଯାତାୟାତ ପଥ ରହିବା ଜରୁରୀ। ତେଣୁ ଏହି ସ୍ଥାନର ପରିସ୍ଥିତି ପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି।
ଏହି ଅଙ୍ଗନବାଡ଼ି ସ୍ଥାନର ସ୍ଥିତି ଯାଞ୍ଚ କରି ଶିଶୁମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଉଚିତ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି। ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
