: କଟକ ଜିଲ୍ଲା ସାଲେପୁର ନିକଟ କୋଲଣପୁର କେନାଲ ବନ୍ଧରେ ଏକ ଟାଟା ମ୍ୟାଜିକ୍ ଗାଡ଼ି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଛି। ଗାଡ଼ିରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୫ ଜଣ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅନ୍ୟ ପିଲାମାନଙ୍କୁ ଛାଡ଼ି ଫେରୁଥିବା ସମୟରେ କୋଲଣପୁର କେନାଲ ବନ୍ଧ ନିକଟରେ ଗାଡ଼ିଟି ହଠାତ୍ ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗାଡ଼ିରେ ଥିବା ସମସ୍ତ ୫ ଜଣ ଛାତ୍ରଛାତ୍ରୀ ସୌଭାଗ୍ୟବଶତଃ ସୁରକ୍ଷିତ ଥିବା ସୂଚନା ମିଳିଛି।
ଘଟଣା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଭିଭାବକଙ୍କ ହାତରେ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣାରେ କୌଣସି ବଡ଼ ଧରଣର ଅଘଟଣ ଘଟିନଥିବାରୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ସାଲେପୁରରରୁ ସମରେନ୍ଦ୍ର ଆଚାର୍ଯ୍ୟଙ୍କ ରିପୋର୍ଟ
