ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ଗୁଡ଼ ପଞ୍ଚାୟତ କୁଶ କ୍ଷେତ୍ର ଗୁଡ଼ ଗ୍ରାମରେ ଶ୍ରୀ ଅନନ୍ତ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରାରେ ପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଛି। ଲୋକାରଣ୍ୟ ବଡ଼ଦାଣ୍ଡରେ ବାଜା, ରୋଷଣୀ, ମୁରଦଙ୍ଗ, ଘଣ୍ଟା,ଘଣ୍ଟିରେ କୁଶ କ୍ଷେତ୍ର କମ୍ପି ଉଠି ଥିଲା।ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା. ଶିଳାବ୍ରହ୍ମ ଯୁବ ପରିଷଦ କମିଟି ଆନୁକୂଲ୍ୟରେ ମୋହରା ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ରଥଟଣା ପରେ ଅଧରପଣା ନୀତି ଆରମ୍ଭ ହୋଇଥିଲା ପରେ ପରେ ରସଗୋଲା ଭୋଗ କରାଯାଇଥିଲା। ଶ୍ରୀମନ୍ଦିର ପହଣ୍ଡି ବିଜେରେ ଦେବଦାସୀ ନୃତ୍ୟ ସମସ୍ତଙ୍କ ମନ ମୋହି ଥିଲା।
ସନ୍ଧ୍ୟାରେ ମା ଙ୍କ ରୋଷ ଏବଂ ମାନଭଞ୍ଜନ ନୀତି
କବାଟ ପିଟା ଏବଂ ବନ୍ଦାପନା ନୀତି ସମ୍ପନ୍ନ ହୋଇଥିଲା।ଶେଷରେ ଠାକୁରଙ୍କୁ ରତ୍ନ ସିଂହାସନ ବିଜେ କରାଯାଇଥିଲା। ଶ୍ରୀ ଅନନ୍ତ ବଳଦେବଜୀଉ ପରିଚାଳନା କମିଟି, ଶିଳାବ୍ରହ୍ମ ଯୁବ ପରିଷଦ କମିଟି ଏବଂ ଅନନ୍ତ ବଳଦେବଜୀଉ ଯୁବକ ସଙ୍ଘ ପ୍ରଭୁଙ୍କ ନୀତିକାନ୍ତିରେ ସୁଚାରୁ ରୂପେ ପରିଚାଳନା କରିଥିଲେ।
