କୋରାପୁଟ (ପ୍ରଶାନ୍ତ ଟାକ୍ରି) : କୋରାପୁଟ ସ୍ଥିତ ଶିରିଡି ସାଇବାବା ମନ୍ଦିର ର ଅଠର ତମ ବlର୍ଷିକ ଉତ୍ସବ ଅନୁଷ୍ଠିତ ମନ୍ଦିର ପ୍ରାଙ୍ଗଣରେ ହୋଇଯାଇଛି l ଆଜି ସକାଳେ ଦୁଆର ଫିଟା ହେବାପରେ ଭଗବାନ ଶିରିଡି ସାଇ ବାବା ଙ୍କ ର ହୋମ ସହ ରୀତିନୀତି ଅନୁସାରେ ପୂଜା ଅର୍ଚନା କରାଯାଇଥିଲା ଓ ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ବାବା ଙ୍କ ର ଦୁଆର ଖୋଲା ଯାଇଥିଲା l ଭକ୍ତ ବି ବାବା ଙ୍କ ଦର୍ଶନ ପାଇଁ ନିଜକୁ ଧନ୍ୟ ମନେ କରିଥିବା ବେଳେ ପରେ ମନ୍ଦିର ପ୍ରଶାସନ ତରଫରୁ ଶ୍ରଦ୍ଧାଳୁ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ଦୁଃଖୀରଙ୍କି ଠୁ ଧରି ସାଧାରଣ ଜନତା ଯାଏଁ ଏହି କାଯ୍ୟକ୍ରମ ରେ ସାମିଲ ହୋଇଥିଲେ ସନ୍ଧ୍ୟା ରେ ବାବା ଙ୍କ ର ପାଲିଙ୍କି ସହର ପରିକ୍ରମା କରିଥିଲା ସହର ବାସୀ ବାବା ଙ୍କ ର ଦର୍ଶନ କରିଥିଲେ l
