ସହିଦ ରାଣା ପ୍ରତାପଙ୍କ ବାପାଙ୍କ ବିୟୋଗରେ ସାଂସଦଙ୍କ ସମବେଦନା
ତାଳଚେର,(ରିପୋର୍ଟ ମନୋଜ ରାଉତ)(ନିପ୍ର) ୧୪/୦୯/୨୦୨୬: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ସୋମବାର ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଦେଉଳବେଡାସ୍ଥିତ ଶ୍ରୀଗୁରୁଜୀ ଆଶ୍ରମରେ ପହଞ୍ଚିବା ପରେ ବରିଷ୍ଠ ବିଜେପି ନେତା ତଥା କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ତାଳଚେର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦଳୀୟ କାର୍ଯ୍ୟକର୍ତ୍ତାମାନେ ସାଂସଦଙ୍କୁ ଭେଟି ବିଭିନ୍ନ ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ଅବଗତ କରାଇଥିଲେ।
ପରେ ସାଂସଦ ଶ୍ରୀ ପାଣି ରେମୁଆଁସ୍ଥିତ ବିକେନ୍ଦ୍ର ଦ୍ୱିବେଦୀଙ୍କ ବାସଭବନରେ ପହଞ୍ଚିଥିଲେ। କିଛିଦିନ ପୂର୍ବରୁ ବ୍ରାହ୍ମଣୀ ନଦୀରେ ବୁଡ଼ି ତାଙ୍କର ଅକାଳ ବିୟୋଗ ଘଟିଥିବାରୁ ସାଂସଦ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।
ଏହାପରେ କଣ୍ଢାଳ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସହିଦ ରାଣା ପ୍ରତାପ ଦାସଙ୍କ ବାପା ଶ୍ରୀବତ୍ସ ଦାସଙ୍କ ବାସଭବନରେ ପହଞ୍ଚିଥିଲେ। ଶ୍ରୀବତ୍ସ ଦାସଙ୍କ ବିୟୋଗରେ ସାଂସଦ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ।
ସାଂସଦଙ୍କ ସହ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ପର୍ଶୁରାମ ବାରିକ, ବରିଷ୍ଠ ନେତା ବରୁଣ ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷା ତଥା ସମିତି ସଦସ୍ୟା ସୁବର୍ଣ୍ଣା ସାହୁ, ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ଅଜୟ ସାହୁ, କାଉନସିଲର ସ୍ୱାଧୀନ ଥମ୍ବ, ଜଗଦୀଶ ପ୍ରସାଦ ସିଂହ, ଜଗଦୀଶ ମିଶ୍ର, ଶମ୍ଭୁନାଥ ବେହେରା, ପ୍ରାକ୍ତନ କାଉନସିଲର ଜିତେନ୍ଦ୍ର ଦାସ, ଅମିତ କୁମାର ଦାସ, ଅଖିଳ କୁମାର ସାମଲଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
