ଝାରପୋଖରିଆ ବିଜେଡି କାର୍ଯ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା ପାଳନ
______________
ସାରସକଣା,(୧୪/୯/୨୬)(ନି.ପ୍ର):
ଗଣେଶ ପୂଜା ଉପଲକ୍ଷେ ଆଜି ଝାରପୋଖରିଆସ୍ଥିତ ସାରସକଣା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ଭକ୍ତିମୟ ପରିବେଶ ମଧ୍ୟରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି।ଏହି ପୂଜା କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବ୍ଲକ ସଭାପତି ମଣି ଶଙ୍କର ବାରିକଙ୍କ ସମେତ ଦଳର ସଦସ୍ୟବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ଶ୍ରୀଗଣେଶଙ୍କ ଆଶୀର୍ବାଦ କାମନା କରିଥିଲେ। ପୂଜା ଅବସରରେ କାର୍ଯ୍ୟାଳୟ ପରିସରରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଶ୍ରୀଗଣେଶଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
