**ଢେଙ୍କାନାଳ ସିଭିଲ କୋର୍ଟ ପରିସରରେ ତୃତୀୟ ରାଷ୍ଟୀୟଲୋକ ଅଦାଲତ* l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଅଦ୍ୟ ତା – 12/09/2026 ରିଖ ଦିନ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି l ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣବ କୁମାର ରାଉତରାୟଙ୍କ ତ୍ବତାବଧାନରେ ଢେଙ୍କାନାଳ ସିଭିଲ କୋର୍ଟ ପରିସର ମଧ୍ୟରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି l ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ 2233ଟି ମାମଲା ଫଇସଲା କରାଯାଇଅଛି l ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ 37ଟି, ବିବାହ ଓ ପସରିବାରିକ ମାମଲା 8ଟି, ଦେୱାନୀ ମାମଲା 119ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା 36ଟି, ରାଜସ୍ବ ମାମଲା 2033ଟି ସସମାଧାନ କରାଯାଇଛି ଏବଂ ଵ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି l ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ 3,37,27,000 ପ୍ରଦାନ କରାଯାଇଅଛି, ଅନ୍ୟାନ୍ୟ ମାମଲାଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଇସଲା ବାବଦକୁ 45,41,373 /- ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି l ଢେଙ୍କାନାଳ ସିଭିଲକୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଛାୟାକନ୍ତ ଦାଶ, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ବିନୟ କୁମାର ପଟ୍ଟନାୟକ, ବରିଷ୍ଟ ଦେୱାନୀ ଅଦାଲତ (ଏଲ. ଆର. ଓଏଲ. ଟି. ଭି ) ବିଚାପତି ବିଜୟ କୁମାର ଦାସ, ବରିଷ୍ଟ ଦେୱାନୀ ବିଚାପତି (ମହିଳା ଅଦାଲତ ) ସାନ୍ତା ସାମଲ, ଅତିରିକ୍ତ ବରିଷ୍ଟ ଦେୱାନୀ ବିଚାପତି ଶ୍ରୀ ଅରିଜିତ ଦାସ, ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ରେସ୍ମା ଧଳ ବିଶୋଇ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦିକ୍ଷା ସେଠ୍ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ l ଉକ୍ତ ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ଶ୍ରୀ ଶୁଭଙ୍କର ମିଶ୍ର, ସରକାରୀ ଆଇନଜୀବୀ ଶ୍ରୀ ନବକିଶୋର ଗୁରୁ, କନସିଲିଏଟର ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତ ସୁଭାଷିନୀ ମହାକୁଡ଼ ଅଦାଲତକୁ ପରିଚାଳନା କରିଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ୟାନେଲଲୟର, ପି.ଏଲ. ଭି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ କୋର୍ଟ ର ସମସ୍ତ କର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୂଚାରରୂପେ ପରିଚାଳନା କରିବାରେ ସହାୟତା କରିଥିଲେ l
