*ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ତୃତୀୟ ଜାତୀୟସ୍ତରୀୟ ଲୋକ ଅଦାଲତ*
ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ଆଜି ତା ୧୨.୦୯.୨୦୨୬ ରିଖ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତାଲୁକ ଆଇନ ସେବା ପ୍ରାଧିକରଣ ମୋଟୁ ଏବଂ JMFC, ମାଥିଲି ଓ JMFC, କୁଡୁମୁଲୁ ଗୁମ୍ମା, ଗ୍ରାମ ନ୍ୟାୟାଳୟ, କୋରୁକୋଣ୍ଡା, ମାଲକାନଗିରି ଦ୍ଵାରା ତୃତୀୟ ଜାତୀୟ ସ୍ତରୀୟ ଲୋକ ଅଦାଲତ ମାଲକାନଗିରିର ସମସ୍ତ ବିଚାରଳୟ ତଥା ମାଥିଲି, ମୋଟୁ, କୁଡୁମୁଲୁଗୁମ୍ମା ଠାରେ ମଧ୍ୟ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ଲୋକ ଅଦାଲତ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମାଲକାନଗିରି ଜିଲ୍ଲା ଜଜ ତଥା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ । Ms. ରାଜଲକ୍ଷ୍ମୀ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଦାସ, ମୁଖ୍ୟ ଦଣ୍ଡାଧିକାରୀ, ମାଲକାନଗିରି ଡାଃ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ବରିଷ୍ଠ ଦେଵାନୀ ବିଚାରପତି, ମାଲକାନଗିରି ଶ୍ରୀମତୀ ସୁଶ୍ରୀ ସଂଗୀତା ପାତ୍ର, ବରିଷ୍ଠ ଦେଵାନୀ ବିଚାରପତି (ମହିଳା କୋର୍ଟ), ମାଲକାନଗିରି ଶ୍ରୀମତୀ ପ୍ରିୟଦର୍ଶିନୀ ପଣ୍ଡା, ବରିଷ୍ଠ ଦେଵାନୀ ବିଚାରପତି, ମାଲକାନଗିରି Ms ଲୋପାମୁଦ୍ରା ପ୍ରକାଶ , ଉପଖଣ୍ଡ ଦଣ୍ଡାଧିକାରୀ, ମାଲକାନଗିରି ଶ୍ରୀମତୀ ପ୍ରତିମା ସାହୁ ଏବଂ ଗ୍ରାମ ନ୍ୟାୟାଧିକାରୀ ପରିନିତା ନାୟକ , ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ , ମାଥିଲି ଶ୍ରୀଯୁକ୍ତ ରାହୁଲ କୁମାର ଜେନା, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ , କୁଡୁମୁଲୁ ଗୁମ୍ମା ଶ୍ରୀମତୀ ବିମଲ ଲକ୍ଷ୍ମୀ ଚୌଧୁରୀ, ପ୍ରଥମ ଶ୍ରେଣୀ ଦଣ୍ଡାଧିକାରୀ (LR <V) , ମାଲକାନଗିରି ଶ୍ରୀ ଆଦିତ୍ୟ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରକାର ମୋକଦ୍ଦମା ର ଫଇସଲା କରିଥିଲେ ।
ଏହି ଜିଲ୍ଲାସ୍ତରୀୟ ଲୋକ ଅଦାଲତ ରେ ମୋଟ ୨୪୫୧୮ ଗୋଟି ମକଦ୍ଦମାର ଫଇସଲା କରାଯାଇ 13824199/- ଟଙ୍କା ଧାର୍ଯ୍ୟ କରାଯାଇଥିଲା । ଏହି ଲୋକ ଅଦାଲତ ରେ ଜିଲ୍ଲା କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ କୋର୍ଟ, ସବ ଜଜ କୋର୍ଟ, ଏସଡ଼ିଜେଏମ କୋର୍ଟ, ମୋଟୁ ଜେଏମଏଫସି କୋର୍ଟ, ମାଥିଲି ଜେଏମଏଫସି କୋର୍ଟ, କୁଡୁମୁଲୁଗୁମ୍ମା ଜେଏମଏଫସି କୋର୍ଟ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରି ଓ ତାଲୁକ ଆଇନ ସେବା ସମିତି, ମୋଟୁ ର ସମସ୍ତ କର୍ମଚାରୀ ଓ ମାଲକାନଗିରି ଓ ମୋଟୁ ର ଓକିଲ ସଂଘ ର ସଭ୍ୟ ଗଣ ଉପସ୍ଥିତ ରହି ଅଦାଲତ କାର୍ଯ୍ୟ ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
