**ନୂଆପଡ଼ା ଉପ-କାରାଗାରରୁ କଏଦୀ ଫେରାର ଘଟଣା: ୫ ଦିନ ପରେ ବି ପତ୍ତା ନାହିଁ, ଜେଲର୍ ନିଲମ୍ବିତ*
ନୂଆପଡା(ମିଖାଏଲ ନନ୍ଦ)* ତା:୧୨.୦୯.
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଉପ କାରାଗାର ରୁ କଏଦୀ ଫେରାର ଘଟଣା, ଘଟଣାକୁ ପାଞ୍ଚ ଦିନ ବିତି ଯାଇଥିବା ବେଳେ ଫେରାର କଏଦୀ ର ପତ୍ତା ନାହିଁ, ବିଭାଗୀୟ ପଦକ୍ଷେପ ଆରମ୍ଭ ଜେଲର୍ ଙ୍କୁ ନିଲମ୍ବିତ କଲେ ଜେଲ ପ୍ରଶାସନ। ଗତ ସୋମବାର ସକାଳୁ ନୂଆପଡ଼ା ଉପ-କାରାଗାରରେ କଏଦୀ ଫେରାର ଘଟଣା ଅଭିଯୋଗ ହୋଇଥିବା ବେଳେ କାରାଗାର ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିଲା। ।
ଫେରାର କଏଦୀ ଜଣକ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ମାଝୀ (୩୦) ସକାଳ ପ୍ରାୟ ୮ଟା ସମୟରେ ସଫେଇ କାମ ଚାଲିଥିବା ସୁଯୋଗ ନେଇ ବିଶ୍ୱବିହାରୀ କୌଶଳ କ୍ରମେ ଜେଲ ଭିତରୁ ଚମ୍ପଟ ହୋଇଥିଲେ।୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ରେ ନୂଆପଡ଼ା କୋର୍ଟ ବିଶ୍ୱବିହାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି।କଏଦୀ ଫେରାର ହେବା ଘଟଣା ରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବଳରାମ ବିଶି ମାଝୀ ଙ୍କୁ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି।
