*ଯୋରନ୍ଦା କ୍ଲଷ୍ଟର ର ମାସିକ ଶୈକ୍ଷିକ ପ୍ରଶିକ୍ଷଣ ବୈଠକ* ଗଁନ୍ଦିଆ ବ୍ଲକ ତା -11/09/2026ରିଖ ଗଁନ୍ଦିଆବ୍ଲକ ଯୋରନ୍ଦା କ୍ଲଷ୍ଟରର କୋମଳମତି ଶିଶୁ ମାନଙ୍କ ମୁଖରେ ହସଫୁଟାଇ କଢିରୁ ଫୁଲ କରିବା ଉଦେଶ୍ୟରେ ମାସିକ ଶୈକ୍ଷିକ ପ୍ରଶିକ୍ଷଣ ବୈଠକ CRCC ଶ୍ରୀମତୀ ବାସନ୍ତୀ ସାହୁଙ୍କ ତତ୍ଵାବଧାନରେ ସରକାରୀ ବିବେକାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନେଉଳପୋଇ ଠାରେ କରାଯାଇଥିଲା l ପ୍ରଥମେ କ୍ଲଷ୍ଟର ର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଓ FLN ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଥିଲା I ପରେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୟୋଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସମସ୍ତଙ୍କୁ କାର୍ଯ୍ୟ ସୂଚୀ ପ୍ରଦାନ କରାଯାଇଥିଲା,ଏହି ବୈଠକରେ ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତି, ନ୍ୟସ୍ତ କାର୍ଯ୍ୟ,ପାରମ୍ଭିକ ସ୍ତରରେ ଆକଳନ ପ୍ରଦ୍ଧତି, ସାମଗ୍ରିକ ପ୍ରଗତି ପତ୍ର ପୂରଣ, ମୋ ଡ଼ାଇରୀର ବ୍ୟବହାର, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ପ୍ରଭୁତି ବିଷୟ ବସ୍ତୁର ଆଲୋଚନା କରାଯାଇଥିଲା l କ୍ଲଷ୍ଟର ର CRJ ଶ୍ରୀମତୀ ଅନିମା ପରିଡା ଉକ୍ତ ବୈଠକ ରେ CRCC ଙ୍କୁ ସହଯୋଗ କରୁଥିଲେ,ପରିଶେଷରେ ସମସ୍ତ ଅଂଶଗ୍ରହଣ କାରୀଙ୍କୁ CRCC ବାସନ୍ତୀ ସାହୁ ଶ୍ରେୟ ପ୍ରଦାନ କରିଥିଲେ, ମାସିକ ବୈଠକରେ ଶିକ୍ଷକଙ୍କ ମନୋବଳ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରୁଛି ଏବଂ ବିଦ୍ୟାର୍ଥୀଙ୍କ ଶିକ୍ଷଣରେ ଉର୍ନତି ଆଣିପାରୁଛି ବୋଲି ମତରକ୍ଷୀ ସନମ୍ମାନ ଜଣାଇଥିଲେ l
