ତୃତୀୟ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ କରବାଲୁଆ, ଚିକିଟୀ
କୋମଳମତି ଶିଶୁ ମୁଖରେ ହସ ଫୁଟାଇ କଢିରୁ ଫୁଲ କରିବା ଉଦ୍ଦେଶ୍ୟରେ ଚିକିଟୀ ବ୍ଲକ ଅନ୍ତର୍ଗତ କରବାଲୁଆ କ୍ଲଷ୍ଟରର ମାସିକ ଶୈକ୍ଷିକ ପ୍ରଶିକ୍ଷଣ ବୈଠକ ସି ଆର ସି ସି ମିନତି କୁମାରୀ ପାଠୀ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟୀପେଣ୍ଠ ଠାରେ ଅନୁଷ୍ଠିତ କରାଇଥିଲେ । ଏଥିରେ ବରିଷ୍ଠ ଶିକ୍ଷୟିତ୍ରୀ ପି ଜଗଦମ୍ବାଙ୍କ ବିଭୁ ପ୍ରାର୍ଥନାରେ ବୈଠକର କାର୍ଯ୍ୟକ୍ରମ ଅଗ୍ରସର ହୋଇଥିଲା । ଚଳିତ ଶୈକ୍ଷିକ ବୈଠକରେ ଏସ ସି ଇ ଆର ଟି ଭୁବନେଶ୍ୱର ଦ୍ୱାରା ମନୋନୀତ ସି ଆର ଜି ସୁନୀଲ ପାଣିଗ୍ରାହୀ ବୈଠକରେ ଉପସ୍ଥିତ ରହି ସି ଆର ସି ସି ଙ୍କୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ଏଥିରେ ପ୍ରାରମ୍ଭିକ ସ୍ତରର ଆକଳନ ପଦ୍ଧତି, ମୌଳିକ ଭଷା ଜ୍ଞାନ ଓ ସଂଖ୍ୟା ଜ୍ଞାନର ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ, ସାମଗ୍ରିକ ପ୍ରଗତି ପତ୍ର ପୂରଣ, ମୋ ଡ଼ାଏରୀର ବ୍ୟବହାର, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ପ୍ରଭୃତି ବିଷୟବସ୍ତୁର ଆଲୋଚନା ହୋଇଥିଲା । ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗଭୂଷଣ ମାଝି, ଏ ବି ଇ ଓ ନାୟକ ସେଠୀ ପରିଦର୍ଶନରେ ଆସି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ, ଶିବିରର ସୁପରିଚଳନା ଓ ଶୃଙ୍ଖଳା, ଆଲୋଚନାରେ ସଭିଙ୍କ ସମ୍ପୃକ୍ତି ସହିତ ସି ଆର ସି ସି ଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । ସି ଆର ସି ସି ଶ୍ରୀମତୀ ପାଠୀ ଶିକ୍ଷାଧିକାରୀଙ୍କ ଓ ଡାଇଟ ଖଲ୍ଲିକୋଟର ପ୍ରେରଣା, ନବାଗତ ସି ଆର ଜିଙ୍କ ସଂପୃକ୍ତି, ବାଳିକା ପ୍ରାଥମିକ ବିଦ୍ୟାଳୟ ଚିକିଟୀ ପେଣ୍ଠର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଶ୍ରେୟ ପ୍ରଦାନକରି ସନ୍ତୋଷ ବ୍ୟକ୍ତ କରିଥିଲେ । ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଶିକ୍ଷକଙ୍କ ମନୋବଳ ଓ ଦକ୍ଷତା ବୃଦ୍ଧିରେ ସହାୟକ ହୋଇପାରୁଛି ତତ୍ ସହିତ ବିଦ୍ୟାର୍ଥୀଙ୍କ ଶିକ୍ଷଣରେ ଢେରସାରା ଉନ୍ନତି ଆଣିପାରୁଛି ବୋଲି ମତରଖି ସମ୍ମାନ ଜଣାଇଥିଲେ ।
