୧୦୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ, ୨ ଦେଶୀ ବନ୍ଧୁକ ସହ ୪ ଗିରଫ
ବାଲିଗୁଡ଼ା,(ନି.ପ୍ର) ୧୦/୦୯/୨୦୨୬:
ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସନୀୟ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ୧୦୦ କିଲୋ ୩୦୦ ଗ୍ରାମ ଗଞ୍ଜେଇ, ୨ଟି ଦେଶୀ ଏସ୍ବିଏମ୍ଏଲ୍ ବନ୍ଧୁକ ଏବଂ ଗୋଟିଏ ଧଳା ରଙ୍ଗର ହୋଣ୍ଡା CR-V ଗାଡ଼ି ଜବତ କରିଛି।ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୩୧/୨୦୨୬, ତାରିଖ ୧୦/୦୯/୨୦୨୬ରେ NDPS ଆଇନର ଧାରା ୨୦(ବି)(ii)(C) ସହିତ Arms Actର ଧାରା ୨୫(୧-ବି)(a) ଅନୁଯାୟୀ ମାମଲା ରୁଜୁ ହୋଇଛି।ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ରିଚାର୍ଡ ନାୟକ (୨୮), ସଚିନ ନାୟକ (୩୧), କେ. ଶିବ ପ୍ରସାଦ ଆଚାର୍ଯ୍ୟ (୨୮) ଏବଂ ବିନୋଦ ପୂଜାରୀ (୩୨)।
ଜବତ ହୋଇଥିବା ହୋଣ୍ଡା CR-V ଗାଡ଼ିର ନମ୍ବର OD-02-AX-1086। ଘଟଣା ସମ୍ପର୍କରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
