*ସଂଗଠନ ସୁଦୃଢ଼ ଓ ନୂତନ ସଦସ୍ୟ ଯୋଡ଼ିବାକୁ ପ୍ରାଥମିକତା: ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଙ୍କିତ ସିଂଘାଇଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୯.
ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ନୂତନ ସଭାପତି ଭାବରେ ଅଙ୍କିତ ସିଂଘାଇ ମନୋନୀତ ହୋଇଛନ୍ତି। ତାଙ୍କ ଦାୟିତ୍ଵ କୁ ନିଷ୍ଠା ଏବଂ ଦଳକୁ ସର୍ବୋପରି ରଖି କାର୍ଯ୍ୟ କରିବା ସହ ଦଳୀୟ ସାଂଗଠନିକ ମଜଭୁତ୍ ଓ ନୂତନ ସଦସ୍ୟ ଯୋଗଦାନ କୁ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଛନ୍ତି। ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖରୀଆର ରୋଡ ସଡ଼କ ଓସାରିକରଣ ସ୍ୱାଗତ କରିବା ସହ ଡ୍ରେନ୍ ର ଆର ପଟରେ ବିଦ୍ୟୁତ୍ ଖୁଣ୍ଟ ପୋତିବାକୁ ଦାବି କରିଛନ୍ତି। ସହର ମଧ୍ୟରେ ଓସାର କରିବା ପାଇଁ ଜନସାଧାରଣ ପୂର୍ଣ୍ଣ ସମର୍ଥନ ଦେଇ ଓସାରିକରଣ ହୋଇଥିବା ବେଳେ ଏହାର ଉପଯୁକ୍ତ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ କରିଥିଲେ।
