*ସପ୍ତପୁରୀ ଅମାବାସ୍ୟା: କୁନି କୁନି ପିଲାଙ୍କ ଘରକରଣା ଓ ସାମାଜିକ ଏକତାର ବାର୍ତ୍ତା*
ନୂଆପଡା(ମିଖାଏଲ ନନ୍ଦ) ତା:୦୯.୦୯.
ନୂଆପଡ଼ା ଜିଲ୍ଲା ପୁର ପଲ୍ଲୀର ପାଳିତ ହୋଇଥାଏ ୧୨ ମାସ କୁ ତେର ପର୍ବ। ପର୍ବ ପର୍ବାଣୀ ରେ ଅନେକ ଶିକ୍ଷାନୀୟ ବାର୍ତ୍ତା ଦେଉଥିବା ବେଳେ ପୂର୍ବଜ ଙ୍କ ବାର୍ତ୍ତାକୁ ପର୍ବ ମାଧ୍ୟମରେ ପରମ୍ପରା ସୃଷ୍ଟି କରି ସଚେତନ କରିବା ପାଇଁ ଅନେକ ଉଦ୍ଧେଶ୍ୟ ରହିଥାଏ। ତେଣୁ ପ୍ରତ୍ୟେକ ପର୍ବ ପର୍ବାଣୀ ର ମହତ୍ୱ ଏବଂ ସ୍ୱତନ୍ତ୍ରତା ରହିଅଛି। ସପ୍ତପୁରୀ ଅମାବାସ୍ୟା, ସ୍ଥାନୀୟ ଭାଷା ରେ ପୁରା ଉଆଁସ ବୋଲି କୁହାଯାଏ, ଏହି ପର୍ବ କୁନି କୁନି ଶିଶୁ କିଶୋର କିଶୋରୀ ଙ୍କ ପାଇଁ ଉଦ୍ଧିଷ୍ଟ, ଘର କରଣ ସଚେତନ ବାର୍ତ୍ତା ଦେଉଥିବା ବେଳେ ସମାଜରେ ବନ୍ଧୁତ୍ୱ ସମ୍ପର୍କ କୁ ନିବିଡ କରିବାର ଉଦ୍ଧେଶ୍ୟ ଜ୍ଞାପନ କରେ। ବଜାର ରେ ପର୍ବ ପାଳନ ନେଇ ମାଟି ପାତ୍ର ଏବଂ ଉପକରଣ ଗୁଡ଼ିକ ବିକ୍ରି ହେଉଥିବା ବେଳେ ନିଜ ମଧ୍ୟରେ ଖେଳିବା ଉତ୍ସାହ ଜାଗ୍ରତ କରୁଅଛି। କିଶୋର କିଶୋରୀ ମାନେ ଘର କରଣ ସହ ସମାଜ ମଧ୍ୟରେ ପରିବାର ପରିବାର ମଧ୍ୟରେ ସୁସମ୍ପର୍କ, ସୁବିଧା ଅସୁବିଧାରେ ଉଭୟ ସହଯୋଗ, ଏବଂ ଭାବର ଆଦାନ ପ୍ରଦାନ କରିବା ବାର୍ତ୍ତା ଦେଇଥାଏ। ଛତିଶଗଡ଼ ଅଞ୍ଚଳରେ କୃଷି ରେ ବ୍ୟବହୃତ ପ୍ରାଣୀଙ୍କୁ ପୂଜା ଅର୍ଚ୍ଚନା କରିଥିବା ବେଳେ ଗାଇ ଏବଂ ବଳଦର ସିଂଘ କୁ ବିଭିନ୍ନ ରଙ୍ଗ ରେ ଚିତ୍ରଣ କରିପୁଜା କରିଥାନ୍ତି।କିଶୋର୍ ମାନେ ବିଭିନ୍ନ ବାହାର କାର୍ଯ୍ୟରେ ନିୟୋଜିତ ହେଉଥିବା ବେଳେ କିଶୋରୀ ମାନେ ଘର କାର୍ଯ୍ୟ ରେ ନିୟୋଜିତ ହୋଇ ଖେଳିଥାନ୍ତି।
