କିରଣ୍ଟି ଗାଁରେ ଅବକାରୀ ଚଢ଼ାଉ, ୬.୧୨୦ ଲିଟର ବିଦେଶୀ ମଦ ଜବତ
ଜଣେ ଗିରଫ, କୋର୍ଟ ଚାଲାଣ
ତିର୍ତ୍ତୋଲ, ୯।୯: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ କିରଣ୍ଟି ଗ୍ରାମରେ ତିର୍ତ୍ତୋଲ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୬.୧୨୦ ଲିଟର ବିଦେଶୀ ମଦ (IMFL) ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ପକ୍ଷରୁ PR No-69/26-27ରେ ମାମଲା ରୁଜୁ କରାଯାଇଛି।
ଘଟଣାରେ କିରାଣ୍ଟି ଗ୍ରାମର ଚିତ୍ରରଞ୍ଜନ ସେଠୀ ଓରଫ ବାବୁଲାଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟରେ ହାଜର କରାଯାଇଛି।
ଏହି ଚଢ଼ାଉରେ ତିର୍ତ୍ତୋଲ ଅବକାରୀ ଷ୍ଟେସନର OIC ରବି ବେହେରା, ଅବକାରୀ ASI ପିନାକୀ ରଞ୍ଜନ ରାଉତରାୟ, ଅବକାରୀ କନଷ୍ଟେବଳ ଦୀନବନ୍ଧୁ ସେଠୀ ଏବଂ ଲେଡି ଅବକାରୀ କନଷ୍ଟେବଳ ବର୍ଷାରାଣୀ ଖୁଣ୍ଟି ପ୍ରମୁଖ ସାମିଲ ଥିଲେ।
