ଖଡ଼ଗ ନଦୀରେ ଡଙ୍ଗା ଓଲଟି ଶଶୁର-ବୋହୂ ନିଖୋଜ ଘଟଣାରେ ମିଳିଲା ଶଶୁରଙ୍କ ମୃତଦେହ
ବାଲିଗୁଡା :୮/୯ (ନି. ପ୍ର ) ଡାକା ଗାଁ ନିକଟସ୍ଥ ଖଡ଼ଗ ନଦୀରେ ଦେଶୀ ଡଙ୍ଗା ଓଲଟି ଶଶୁର ଓ ବୋହୂ ଭାସିଯାଇଥିବା ଘଟଣାରେ ଆଜି ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ଘଟଣାର କିଛି ଦିନ ପରେ ପୂର୍ବରୁ ବୋହୂଙ୍କ ମୃତଦେହ ମିଳିଥିବା ବେଳେ, ଆଜି ଶଶୁରଙ୍କ ମୃତଦେହ ମଧ୍ୟ ଠାବ ହୋଇଛି।ସୂଚନା ଅନୁସାରେ, ଡକା ଗାଁ ନିକଟ ଖଡ଼ଗ ନଦୀରେ ଦେଶୀ ଡଙ୍ଗା ଓଲଟିବାରୁ ଶଶୁର ଓ ବୋହୂ ପାଣିର ସ୍ରୋତରେ ଭାସି ଯାଇଥିଲେ। ଘଟଣା ପରେ ଉଭୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ତଲାସି ଜାରି ରହିଥିଲା। ଏହାରି ମଧ୍ୟରେ ପ୍ରଥମେ ବୋହୂଙ୍କ ମୃତଦେହ ଉଦ୍ଧାର ହୋଇଥିଲା।ତେବେ ଆଜି ଦୀର୍ଘ ଖୋଜାଖୋଜି ପରେ ଶଶୁରଙ୍କ ମୃତଦେହ ମଧ୍ୟ ମିଳିଛି। ଏହି ଘଟଣାକୁ ନେଇ ଡକା ଗାଁ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖଡ଼ଗ ନଦୀର ପ୍ରଖର ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି ହୋଇଥିବା ଖବର ମିଳିଥିଲା।
