*କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର*
(*ବଲାଙ୍ଗିର ରୁ ପ୍ରଦୀପ କୁମାର ସା ଙ୍କ ରିପୋର୍ଟ*)
ଅଦ୍ୟ ତାରିଖ 08/09/2026 ମଙ୍ଗଳ ବାର ଦିନ
ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଡିଗ୍ରୀ କଲେଜ ପରିସରରେ ଶକ୍ତିଶ୍ରୀ ଯୋଜନା ତରଫରୁ ସାଇବର କ୍ରାଇମ ସଚେତନତା ଶିବିର ଡକ୍ଟର ବିଜୟ କୁମାର କଲେତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ସ୍ଥାନୀୟ କୁଶଙ୍ଗ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇବର କ୍ରାଇମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ବିରଳ ଷଢଯନ୍ତ୍ର, ଟଙ୍କା ଚୋରି, ମିଥ୍ୟା ଅପବାଦ, ଜନସାଧାରଣଙ୍କୁ ସାଇବର ଅପରାଧୀଙ୍କ ଚକ୍ରାନ୍ତ ଓ ହଇରାଣ ଉପରେ ଉଦାହରଣ ସହ ମତଗୁଡ଼ିକ ପ୍ରକାଶ ପାଇଥିଲା l ଏଥିପ୍ରତି ସଚେତନ ହେବା ସହିତ ଅନ୍ୟମାନେ ମଧ୍ୟ ଭ୍ରମିତ ନ ହେବା ପାଇଁ ସହଯୋଗ କରିବାକୁ ଶକ୍ତିଶ୍ରୀ ସେଲ ର ସଂଯୋଜିକା ବାରିଧି ତନୟା ତ୍ରିପାଠୀ କହିଥିଲେ l ମଞ୍ଚରେ ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଡକ୍ଟର ଲକ୍ଷ୍ମଣ ମେହେର, ବିଜ୍ଞଶ୍ରୀ ଗୁରୁ, ଲିସାରାଣୀ କଠାର ଉପସ୍ଥିତ ରହି ନିଜ ନିଜର ମତଗୁଡ଼ିକ ରଖିଥିଲେ l ଶେଷରେ ଅଧ୍ୟାପକ ସଂଜୀବ ସାହୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରୀ ଯୋଗ ଦେଇ ଶୁଙ୍ଖଳିତ ପରାମର୍ଶ ପାଇଁ କୃତଜ୍ଞତା ଜଣାଇଥିଲେ l
