ମଧ୍ୟାନ୍ନ ଭୋଜନ ଚାଉଳ ବେଆଇନ ପରିବହନ ଅଭିଯୋଗରେ ଶିକ୍ଷକ ନିଲମ୍ବିତ ଭବାନୀପାଟଣା :
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ମଧ୍ୟାହ୍ନ ଭୋଜନ (MDM) ଚାଉଳ ବେଆଇନ ପରିବହନରେ ସମ୍ପୃକ୍ତି ଅଭିଯୋଗରେ ଜନୈକ ସହକାରୀ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି l
ସୂଚନାନୁଯାୟୀ,ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ବେଆଇନ ଭାବେ ପରିବହନ କରାଯାଇଥିବା ଅଭିଯୋଗ ହୋଇଥିଲା l ଏହି ଘଟଣାରେ ଲାଞ୍ଜିଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟର ସହକାରୀ ଶିକ୍ଷକ ମନୋଜ କୁମାର ମହାକୁଡ଼ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ଉଚ୍ଚ କର୍ତୃପକ୍ଷଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା l
ତଦନ୍ତ ପରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୯୮୫ ଦ୍ୱାରା ଶିକ୍ଷକ ମନୋଜ କୁମାର ମହାକୁଡ଼ଙ୍କ ଆଚରଣକୁ ଅନୁଶାସନହୀନ ଏବଂ ବେଆଇନ ଭାବେ ମଧ୍ୟାହ୍ନ ଭୋଜନ ଚାଉଳ ପରିବହନରେ ସମ୍ପୃକ୍ତି ଥିବା ଯୋଗୁ ନିଲମ୍ବିତ କରାଯାଇଥିବା ଉଲ୍ଲେଖ କରାଯାଇଛି l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେର ଙ୍କ ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l
