*ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର ରୁ ୫ ଟି ବିରଳ ପ୍ରଜାତିର ଜୀବ ଓରାଙ୍ଗଉଟାନ (orangutan) ଉଦ୍ଧାର ହୋଇଛି।ଏଥିରେ ଗୋଟିଏ ଅଣ୍ଡିରା,ଦୁଇଟି ମାଈ ଓ ୨ ଟି ଛୁଆ ରହିଛି। ଭାରତରେ ପ୍ରାୟ ଦେଖାଯାଉନଥିବା ଏହି ଜୀବ ଗୁଡ଼ିକ ଏଠାକୁ କିପରି ଆସିଲେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଜଙ୍ଗଲ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୬ଟା ସମୟରେ ବନ ବିଭାଗର ଏକ ଟିମ୍ ଏହି orangutan ଦଳକୁ ଠାବ କରିବା ପରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଖବର ପାଇବା ପରେ ବାରିପଦାରୁ ଏକ ବିଶେଷଜ୍ଞ ଦଳ ଆସି ଏହି ଜୀବ ଗୁଡ଼ିକର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି।ସମ୍ଭବତଃ ଏଗୁଡ଼ିକୁ ନନ୍ଦନକାନନରେ ଛଡା ଯିବ।*
