*ନୂଆପଡ଼ା ଉପ-କାରାଗାରରୁ ଖସି ପଳାଇଲା ଦୁଷ୍କର୍ମୀ କଏଦୀ: ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ବଡ଼ ପ୍ରଶ୍ନ*?
ନୂଆପଡା(ମିଖାଏଲ ନନ୍ଦ) ତା:୦୭.୦୯.
ସୋମବାର ସକାଳୁ ନୂଆପଡ଼ା ଉପ-କାରାଗାରରେ କଏଦୀ ଫେରାର ଘଟଣା ଦେଖାଦେଇଥିବା ବେଳେ ପରିସ୍ଥିତି ଉତ୍ତେଜନା ଲାଗିରହିଛି। କାରାଗାର ପରିସରରେ ନିୟମିତ ସଫେଇ କାର୍ଯ୍ୟ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ଜଣେ ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର ହୋଇଯାଇଛି।
ଫେରାର କଏଦୀ ଜଣକ ସିନାପାଲି ଥାନା ଅନ୍ତର୍ଗତ କାନ୍ଦୁଲକୋନା ଗ୍ରାମର ବିଶ୍ୱବିହାରୀ ମାଝୀ (୩୦) ବୋଲି ଚିହ୍ନଟ ହୋଇଛି। ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ସମୟରେ ସଫେଇ କାମ ଚାଲିଥିବା ସୁଯୋଗ ନେଇ ବିଶ୍ୱବିହାରୀ କୌଶଳ କ୍ରମେ ଜେଲ ଭିତରୁ ଚମ୍ପଟ ହୋଇଥିଲେ।
୨୦୨୧ ମସିହାର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୨୩ରେ ନୂଆପଡ଼ା କୋର୍ଟ ବିଶ୍ୱବିହାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି।
ଉପକାରାଗାର ସୁପରିଣ୍ଟେଣ୍ଡେଣ୍ଟଙ୍କ ପ୍ରତିକ୍ରିୟା: କଏଦୀ ଫେରାର ହେବା ଘଟଣାକୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ବଳରାମ ମାଝୀ ସ୍ୱୀକାର କରିବା ସହ ତୁରନ୍ତ ସତର୍କ ସୂଚନା (ହାଇ ଆଲର୍ଟ) ଜାରି କରାଯାଇଛି ବୋଲି କହିଛନ୍ତି।
କଡ଼ା ସୁରକ୍ଷା ବଳୟ ଭିତରୁ ଜଣେ କଏଦୀ କିପରି ସହଜରେ ଖସି ପଳାଇଲା, ତାହାକୁ ନେଇ ଏବେ ଜେଲ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଚାରିଆଡ଼େ ଜୋରଦାର ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏହି ସୁରକ୍ଷା ତ୍ରୁଟି ପଛରେ କାହାର ଅବହେଳା ରହିଛି, ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ଜେଲ ରୁ ଦଣ୍ଡାଦେଶପ୍ରାପ୍ତ କଏଦୀ ଫେରାର ଏକ ବିରାଟ ପ୍ରଶ୍ନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା
