ବାଲିଗୁଡା : (ନି. ପ୍ର ) ବାଲିଗୁଡା ବ୍ଲକ ଆନ୍ତଗତ ୧୧ ନମ୍ବର ୱାର୍ଡ ର ଗାଲିଆଡ଼ଙ୍ଗର ପାହାଡ଼ରେ ଅଜଣା ବେକ୍ତି ର ଗଳିତ ମୂର୍ତ୍ୟ ଦେହ ପୋଲିସ ଠାବ କରିଥିଲା ଗତକାଲି ଆଜି ତାହାର ପରିଚୟ ପୋଲିସ ଖୋଲାସ କରିଛି।ମୃତ ବ୍ୟକ୍ତିଙ୍କ ପରିଚୟ ରବୀନ୍ଦ୍ର ବେହେରା (୪୩), ପିତା–ଲୋକନାଥ ବେହେରା, ଗ୍ରାମ–ପାକରୀ, ଥାନା–ଟିକାବାଲି ବୋଲି ଜଣାପଡ଼ିଛି।
ପୋଷ୍ଟମର୍ଟମ ପରୀକ୍ଷା ପରେ, ମୃତକଙ୍କ ପରିଚୟ ଯାଞ୍ଚ ଓ ନିଶ୍ଚିତ କରାଯାଇ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ ପରେ ମୃତଦେହକୁ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।
