୪୨.୪୦୦ କିଲୋ ଗଞ୍ଜେଇ ଓ ୨ଟି ଦେଶୀ ବନ୍ଧୁକ ଜବତ, ୩ ଜଣ ଗିରଫ।
ବାଲିଗୁଡ଼ା, କନ୍ଧମାଳ (ନି.ପ୍ର) : ବିଶ୍ୱସନୀୟ ସୂଚନା ଆଧାରରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୪୨.୪୦୦ କିଲୋଗ୍ରାମ ଅବୈଧ ଗଞ୍ଜେଇ, ୨ଟି ଦେଶୀ SBML ବନ୍ଧୁକ ଓ ୨ଟି ମୋଟରସାଇକେଲ ଜବତ କରାଯାଇଛି। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ/ଗିରଫ କରିଛି।ଏନେଇ ବାଲିଗୁଡ଼ା ଥାନାରେ କେସ୍ ନମ୍ବର ୨୨୬/୨୦୨୬, ତାରିଖ ୦୬.୦୯.୨୦୨୬ ରେ NDPS ଆକ୍ଟର ଧାରା ୨୦(b)(ii)(C) ଏବଂ Arms Actର ଧାରା ୨୫(୧-B)(a) ଅନୁଯାୟୀ ମାମଲା ରୁଜୁ ହୋଇଛି।ଗିରଫ ବ୍ୟକ୍ତିମାନେ ହେଲେ ନୀଳାମ୍ବର ମଲ୍ଲିକ (୨୬), ପିତା–ଯୋଗେଶ୍ୱର ମଲ୍ଲିକ, ତାଳିପଡ଼ା ଗ୍ରାମ, ବାଲିଗୁଡ଼ା ଥାନା, କନ୍ଧମାଳ।ବୀରେନ୍ଦ୍ର ମଲ୍ଲିକ (୨୦), ପିତା–ଶ୍ରୀଧର ମଲ୍ଲିକ, ବନ୍ଧାଗିଡ଼ା ଗ୍ରାମ, ଘଣ୍ଟାପଡ଼ା ଥାନା, ବୌଦ୍ଧ।
ରଣଜିତ ଭୋଇ (୨୧), ପିତା–କନ୍ଦର୍ପ ଭୋଇ, କେନ୍ଦୁବଡ଼ା ଗ୍ରାମ, ଘଣ୍ଟାପଡ଼ା ଥାନା, ବୌଦ୍ଧ।
ଜବତ ସାମଗ୍ରୀ ମଧ୍ୟରେ ୪୨.୪୦୦ କିଲୋଗ୍ରାମ ଅବୈଧ ଗଞ୍ଜେଇ ୨ଟି ଦେଶୀ SBML ବନ୍ଧୁକ ୨ଟି ମୋଟର ସାଇକେଲ ରହିଛି । ପୋଲିସ ସୂଚନା ଅନୁଯାୟୀ, ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ପୂର୍ବରୁ ଡକାୟତି ଓ ଲୁଟ୍ ସମ୍ପର୍କିତ ଏକାଧିକ ମାମଲା ରହିଛି। ସେମାନଙ୍କର କାର୍ଯ୍ୟକଳାପ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଅଞ୍ଚଳରେ ବ୍ୟାପିଥିବା ପୋଲିସ ପକ୍ଷରୁ କୁହାଯାଇଛି।
