ଗାଲିଆଡଙ୍ଗରପାହାଡ଼ରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଠାବ, ପରିଚୟ ଖୋଜୁଛି ବାଲିଗୁଡ଼ା ପୋଲିସ।
ବାଲିଗୁଡ଼ା:(ନି. ପ୍ର )୬ ସେପ୍ଟେମ୍ବର ୨୦୨୬:
ବାଲିଗୁଡ଼ା ସହରର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଗାଲିଆଡଙ୍ଗର ପାହାଡରେ ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଠାବ କରିଛି।
ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ସୂଚନା ମିଳିଛି। ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ଓ ମୃତ୍ୟୁର ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଉତ୍କଣ୍ଠା ପ୍ରକାଶ ପାଇଛି। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।
