ବାଲେଶ୍ୱର (ଅମର ଦ୍ଵୀପ ସିଂହ) : ମହର୍ରମ ଅବସରରେ ବାଲେଶ୍ୱର ସହରରେ ବିଶେଷ ଭାବରେ ଶୋଭାଯାତ୍ରା (ସୋଭାଯାତ୍ରା) ଅନୁଷ୍ଠିତ ହୋଇଛି । ଏହି ଅବସରରେ ସ୍ଥାନୀୟ ମୁସଲିମ ଭାଇଭୂଣୀମାନେ ଦଳବଦ୍ଧ ଭାବେ ଅଂଶଗ୍ରହଣ କରିଥିଲେ । ନଗରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ ଓ ଶିଳ୍ପମୟ ତାଜିଆ ପ୍ରସ୍ତୁତ କରାଯାଇଥିଲା ଯାହା ଦେଖି ସମସ୍ତେ ଆନନ୍ଦ ଉପଭୋଗ କରିଥିଲେ ।
ବାଲେଶ୍ୱର ସଦାଠୁ ବନ୍ଧୁତ୍ୱର ଜିଲ୍ଲା ଭାବରେ ପରିଚିତ, ଏଠାରେ ସମସ୍ତ ଧର୍ମ, ଜାତି ଓ ସମୁଦାୟର ଲୋକେ ଏକତାର ସହିତ ପ୍ରତ୍ୟେକ ଉତ୍ସବକୁ ଉଲ୍ଲାସରେ ପାଳନ କରନ୍ତି । ଏହି ବର୍ଷର ମହର୍ରମ ଉତ୍ସବ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ଭାବରେ ଅନୁଷ୍ଠିତ ହେଉଛି ବୋଲି ସ୍ଥାନୀୟ ଲୋକେ ଜଣାଇଛନ୍ତି ।
ଉଲ୍ଲେଖନୀୟ ଭାବେ, ଏହି ପବିତ୍ର ଅବସରରେ ଜିଲ୍ଲା ପରିସରରେ କୌଣସି ଅସୁବିଧା କିମ୍ବା ଅସୁରକ୍ଷିତ ପରିସ୍ଥିତି ସୃଷ୍ଟି ହୋଇନାହିଁ । ସାମ୍ପ୍ରଦାୟିକ ଏକତାର ଏହି ଚିତ୍ର ବାଲେଶ୍ୱର ଜିଲ୍ଲାକୁ ଏକ ଅନ୍ୟ ମାନଦଣ୍ଡ ଦେଉଛି ।
